STORYMIRROR

JAMINEE JYOTI JENA

Children

3  

JAMINEE JYOTI JENA

Children

ବଢ଼ିଲାଣି ତାତି

ବଢ଼ିଲାଣି ତାତି

1 min
216

ହେଲାଣି ଖରା ବଢ଼ିଲାଣି ତାତି

ସଜ କର ଶାଗ ପଖାଳ

ବାହାରକୁ ପାଦ ନ ଦେଉଣୁ ଟିକେ

ଲାଗୁଛି ଡହଳ ବିକଳ


ଆମ୍ବ ପାଚିଲାଣି ପତ୍ର ଶୁଖିଲାଣି

ବାଲି ତାତେ ଡହ ଡହ..

ଅଂଶୁଘାତରୁ ମୁଁ କେମିତି ବଞ୍ଚିବି

ବୋଉ ଲୋ ବୁଝେଇ କହ..


ସୁନା ଝିଅ ମୋର କଥାକୁ ଶୁଣିବୁ

ମନ ଦେଇ ବୁଝୁ ଥିବୁ

ଘରୁ ପାଦେ ଗଲେ ଛତାକୁ ସାଙ୍ଗରେ.

ପାଣି ବୋତଲକୁ ନେବୁ


ଟିକେ ଟିକେ ଛାଡି ପାଣି ପିଉଥିବୁ

ଖରାକୁ ନଥିବ ଡର

ଛାଇ ଦେଖି ବାଟେ ରହିବୁ ଘଡ଼ିଏ

ଯଦି ଲାଗେ ତାତି ଜୋର..


ଅଂଶୁଘାତ ପରା ଦୂରେ ଦୂରେ ଯିବ

ଧ୍ୟାନ ଦେବୁ କଥା ମୋର

ଖରା ଦିନେ ପାଣି ପିଉଥିବୁ ଯଦି

ଖରାକୁ ନଥିବ ଡର 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children