STORYMIRROR

JAMINEE JYOTI JENA

Others

4  

JAMINEE JYOTI JENA

Others

ତାରା.. ର ଠାର

ତାରା.. ର ଠାର

1 min
190

 ଗୋଲ ମୁହଁ ତାର କଳାଯାଇ ଗାଲେ 

ଓଠ ଯେ କାଗଜ ଫୁଲ 

ଆଖି ଯୋଡିକ ଯେ ନୀଳ କଇଁ ପରି 

ଚାଲି ଯେ ନର୍ତ୍ତକୀ ତୁଲ.. 

ପାଦ ଯେବେ ଦେଖେ ଚମକି ପଡିଲି 

ସତେ କି ପଦ୍ମ ପାଖୁଡା 

ହଳଦୀ ରଙ୍ଗ ର ଗୋରା ଦେହ ତାର 

କଥା ଯେ ଚିନି ର ଶିରା. 

ହସ କଥା ତାରା କିପରି କହିବି

ସତେ ମୋତି ଝରି ଯିବ 

ହସିଦେଲେ ସତେ ବୈଶାଖ ମାସେ.. 

ଶ୍ରାବଣ ବରଷି ଯିବ.. 

ପଚାରିଲି ତାକୁ ଶୁଣିବ କି ଟିକେ.. 

ନାଁ ଟିକେ କହିବକି..

ହସି ହସି ଲାଜେ ଇସାରା ଯେ ଦେଲା 

ଠାର ରେ ଉତ୍ତର ଦେବି.. 

ଆକାଶେ ଆସେ ମୁଁ ସଞ୍ଜ ଗଡିଗଲେ.. 

ମିଞ୍ଜି ମିଞ୍ଜି ହେଇ ଜଳେ.. 

ଫୁଲ ହେଇ ମୁଁ ବିଞ୍ଚି ହେଇଯାଏ 

ସାଙ୍ଗ ସାଥି ସହ ମେଳେ 

ବରଷା ଦିନ ରେ ଦେଖିପାରିବନି 

ଅପେକ୍ଷା ରେ ରହୁଥିବ.. 

ଖରା ଦିନେ ମୁଯେ ନୀତି ବାହାରିବି.. 

ରାତି ସାରା ଦେଖୁଥିବ... 

ହସି ଚାଲିଗଲା ଓଢଣୀ ଉଡେଇ

ଦେଲାନାହିଁ ଜମା ଧରା 

ବୁଝିଗଲି ମୁଯେ..ଇସାରା କୁ

ତାର ନାଁ ଥିଲା ତାର ତାରା... 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍