STORYMIRROR

JAMINEE JYOTI JENA

Others

3  

JAMINEE JYOTI JENA

Others

ଅମାବାସ୍ୟା ରାତି ର ହସ...

ଅମାବାସ୍ୟା ରାତି ର ହସ...

1 min
245

ପ୍ରଥମ ପ୍ରେମର ଆନନ୍ଦ ସଭିଙ୍କ ଜୀବନେ ସ୍ମୃତି.. 

ପ୍ରଥମ ପ୍ରେମ ମୋ ପ୍ରଥମ ପ୍ରେମ ଯେ ପ୍ରଥମ ଦିନରେ ଇତି 


ମନ ଦେଇ ତାକୁ ନିଜର କରିବି ସ୍ୱପ୍ନେ ହଜି ମୁଁ ଭାବି ବସେ 

ତା ଚାନ୍ଦ ମୁହଁ କୁ ଥରେ ଦେଖିଦେଲେ ବିନା କାରଣ ରେ ହସି ବସେ 


ଅପେକ୍ଷା ଥାଏ ଆସିବ କେବେ ସେ ଦିନ ଖୋଲି କହିଦେବି ମନ କଥା... 

ସୁନେଲି ସ୍ୱପ୍ନ ସେ ମୋ ପ୍ରଥମ ପ୍ରେମ ଜୀବନର ଏକ ଭିନ୍ନ ନିଶା 


ସାହସ ଏକାଠି ସାଉଁଟି ରଖିଲି ବିଳମ୍ବ ନ ହେଇଯାଉ

 ସ୍ୱପ୍ନର ସୁନ୍ଦରୀ ହାତ ଧରି ମୋର ଜୀବନ ସହରେ ଆସିଯାଉ


ଅମାବାସ୍ୟା ସନ୍ଧ୍ୟା ଗଡି ଆସୁଥିଲା କହିଦେଲି ଖୋଲି ମନ କଥା

ଉତ୍ତର ପାଇଲି... ଯାହା ମୁଁ ଯେମିତି ଅଧା ରହିଗଲା ପ୍ରେମ କଥା


ସ୍ୱପ୍ନ ଦେଖିବା ଯେ ସହଜ ନୁହଇ ସ୍ୱପ୍ନ ହୁଏ ନାହିଁ ସତ

ଅଟ୍ଟହାସ୍ୟ କରି କାନେ ଗୁଞ୍ଜିଲା ଅମାବାସ୍ୟା ରାତିର ହସ....


 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍