Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

JAMINEE JYOTI JENA

Abstract Others

4  

JAMINEE JYOTI JENA

Abstract Others

ସ୍ମୃତିରେ ପିଲାଦିନ

ସ୍ମୃତିରେ ପିଲାଦିନ

1 min
349


କାହିଁ ସେ ସକାଳ ର କୁଆ ର ରାବ

କାହିଁ ସେ ବୁଢ଼ୀ ମା ର ଆଦର ଭାବ

କାହିଁ ସେ ସଞ୍ଜ ବେଳ ଧୂପ ଆଳତୀ 

କାହିଁ ସେ କୁମ୍ଭାଟୁଆ, କଜଳ ପାତି

ସଞ୍ଜ ବେଳେ ଭାଗବତ ଆଉ ନ ଶୁଭେ

ଚାଉଳ ମୁଠାଏ ପାଇଁ କୁଆ ଆଉ ନ ରାବେ

ସକାଳ ରୁ ସଞ୍ଜ ଯାଏଁ ମା , ଗେଲ୍ହା, ଗାଳି

ଆଜି ଏକା ବସି କୋଣେ ଯେବେ ମୁଁ ଭାବେ

ତତଲା ଲୁହ କାହିଁକି ନିଗିଡି ଆସେ 

ସ୍ମୃତି ର ଝରକା ଖୋଲି ଚାହିଁ ମୁଁ ବସେ

ଲାଗେ ସବୁ ଏଵେ ଏଵେ ଫେରି ଆସିବ

ହାତ ଧରି ମୋର ମୋତେ ଫେରାଇ ନେବ

ପୁଣି ମୁଁ ହଜିବି ପିଲାବେଳେ ସହରେ

ସଞ୍ଜ ରୁ ସକାଳ ପୁଣି ମା' ର କୋଳେ

ସାଙ୍ଗ, ସାଥୀ ପୁଣି ମୋର ଆସିବେ ଫେରି

ବୋହୁ ବୋହୁକା ସାଥିରେ ସେ ଲୁଚକାଳି

ଅଜା ଙ୍କ ଆକଟ ପୁଣି ଆଇ ର ହସ

ପାରା ଯୋଡି ଗୀତ ଆଉ ନଡ଼ିଆ ରସ 

ଗାଈ ଗୁହାଳେ ଖେଳିବି ଆଇ କୁ ନେଇ

ପୁଣି ହେବ ସଞ୍ଜ ହୁଳହୁଳି କୁ ଦେଇ

ଗାଁ ମନ୍ଦିରେ ପୁଣି ନୁଆଇଁ ମଥା

ମାଗିବି ମୁଁ ମୋର ଏକ ଛୋଟିଆ କଥା

ଏ ଭାବନା ଥରେ ସତେ ସତ ହୁଅନ୍ତା

ପିଲାବେଳେ ଥରୁଟିଏ ଫେରି ଆସନ୍ତା ।


Rate this content
Log in

Similar oriya poem from Abstract