STORYMIRROR

Goutam Mohanty

Romance

3  

Goutam Mohanty

Romance

ପ୍ରିୟାର ପାଉଁଜି

ପ୍ରିୟାର ପାଉଁଜି

1 min
255

ଆସ ସାଥୀ ତୁମେ  ଥିରିଥିରି ପାଶେ

   ପାଦରୁ ପାଉଁଜି ଓହ୍ଲାଇ,

ପାଉଁଜି ଶବ୍ଦରେ    ଧରା ପଡ଼ିଯିବା

   କରିବେ ଆମକୁ ଦୂଲ୍ଲେଇ।।

ଲୁଚା ଛପା ଆମ ଚୋରା ପୀରତିରେ

    ନ ଲାଗୁ ନଜର କାହାର,

ଯେବେ ତୁମେମୋର ପାଖକୁ ଆସିବ

   ଶୁଣିବି ପାଉଁଜି ସ୍ୱର।।

ପାଦରେ ତୁମର    ପାଉଁଜି ପିନ୍ଧାଇ

   ମୋ ଆଗରେ ଦେବି ନଚେଇ,

ପାଉଁଜି ସାଜିଥିଲା    ଆମ ରକ୍ଷକ

   ଦେବି ମୁଁ ହୃଦୟୁ ବଧାଇ।।

ଆମ ପ୍ରେମପାଇଁ   ଦୂରେଇ ରହିଲା

   ସହିଛି କେତେ ସେ କଷ୍ଟ,

ଆମରି ପ୍ରେମର    ମିଳନ ପାଇଁକି 

    ଦେଖାଇ ଦେଉଛି ବାଟ।।

ଲୁଚି ଝାରାଉଛି   ଆଖିରୁ ଲୋତକ

 ଯେବେ, ପାଦରୁ ଯାଉଛି ଓହ୍ଲାଇ,

ସବୁଠାରୁ ବଡ଼     ବଳିଦାନ ତାର

 ଦେଉଛି (ଦୁହିଁ) ପ୍ରେମୀଙ୍କୁ ମିଶାଇ।।

ଚିରୠଣୀ ମୁହିଁ  ତୋ ପାଖେ ପାଉଁଜି

    ତୁ ଆମ ପ୍ରେମର ସାକ୍ଷୀ,

ପ୍ରେମ ଆକାଶରେ  ତୋପାଇଁ ଉଡିଲୁ

   ଆମେ ଦୁଇ ପ୍ରେମ ପକ୍ଷୀ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance