STORYMIRROR

Rashmibala Satapathy

Romance

3  

Rashmibala Satapathy

Romance

ବିବାହ

ବିବାହ

1 min
210


ଦୁଇ ଆତ୍ମାର ମିଳନ ହିଁ ବିବାହ,

ସାତ ଜନ୍ମର ବନ୍ଧନ ହିଁ ବିବାହ।

ଦୁଇ ଅଚିହ୍ନା ମନ ମିଶିଯାଏ ପରସ୍ପର,

ଦୁଇ ପ୍ରାଣ ମିଶି ଏକ ହୋଇଯାଏ ଜନ୍ମ ଜନ୍ମାନ୍ତର।

ପ୍ରେମ ପ୍ରତିଶ୍ରୁତି ଭରସା ବିଶ୍ୱାସ,

ବାନ୍ଧି ରଖିଥାଏ ଦୁଇ ମନକୁ ଥିବା ଯାଏ ଶେଷ ନିଃଶ୍ୱାସ।

ହସ ଲୁହର ସାଗର ହିଁ ସଂସାର,

ସେ ସାଗର ପାରି ହୁଅନ୍ତି ଦୁହେଁ ପରସ୍ପର।

ଈଶ୍ୱରଙ୍କ ଏକ ନିଆରା ବିଧାନ,

ଦୁଇ ହୃଦୟକୁ କରିଦିଏ ଏକ ମନ।

ନ କହିଲେ ପଢିନିଅନ୍ତି ଦୁହେଁ ମନର ଭାଷା,

ଦୁହେଁ ମିଶି ପୁରା କରନ୍ତି ଦୁହିଁଙ୍କ ଆଶା।

ହାତ ଧରି ବାଟ ଚାଲନ୍ତି ସାଥୀ ହୋଇ,

ହସି ହସି ସାମ୍ନା କରନ୍ତି ସମସ୍ୟାର ଖାଇ।

ଜଣେ ଜୀବନ ହେଲେ ଜଣେ ହୁଏ ପ୍ରାଣ,

ଜଣେ ହୃଦୟ ହେଲେ ଆଉ ଜଣେ ସ୍ପନ୍ଦନ।

ସ୍ତ୍ରୀ ହୁଏ ସ୍ୱାମୀର ଅର୍ଦ୍ଧାଙ୍ଗିନୀ,

ଟିକେ ଅବୁଝା ସେ ଟିକେ ଅଭିମାନୀ।

ବାସ୍ତବରେ ପବିତ୍ର ସମ୍ପର୍କଟିଏ ହିଁ ବିବାହ,

ଭଗବାନଙ୍କର ଏକ ଅମୂଲ୍ୟ ବରଦାନ ଏ ବିବାହ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance