STORYMIRROR

Rashmibala Satapathy

Children

4  

Rashmibala Satapathy

Children

ଜାଳିବି ଜାଗର

ଜାଳିବି ଜାଗର

1 min
195


ଉଜାଗର ହୋଇ ଜାଗର ଜାଳିବି

ପୂଜିବି ମହାଦେବଙ୍କୁ,

ପ୍ରଭୁ ଆଶୁତୋଷ ବୁଝିବେ ମୋ କଷ୍ଟ

ସାହା ହୁଅ ଆମ୍ଭଙ୍କୁ।


ଯୋଗେଶ୍ଵର ତୁମେ ସର୍ପେଶ୍ୱର ତୁମେ

ତୁମ୍ଭେ ହିଁ ମହେଶ୍ୱର,

ମନର କଥାକୁ ପଢିନିଅ ତୁମେ

ତୁମେ ପରା ସର୍ବେଶ୍ଵର।


ତୁଣ୍ଡେ ପଞ୍ଚାକ୍ଷର ଉଚ୍ଚାରଣ କରି

ସଂସାର ତୁମକୁ ପୂଜୁଛି,

ପ୍ରଭୁ ଉମାପତି ଦିଅ ହେ ଆଶିଷ 

ଭକତ ତୁମ୍ଭକୁ ଡାକୁଛି।


ଜାଗର ଦୀପ ପୋଛି ଦେଉ ଆଜି

ଦୁନିଆରୁ ଅନ୍ଧକାର,

ନୂଆ ଆଲୋକର ତେଜ ଭରିଦେଉ

ପୁଜୁଛି ତୁମ୍ଭ ପୟର।


ଦୟା କ୍ଷମା ପ୍ରେମ ଭକତି

ଭରିଦିଅ ହୃଦୟେ ସବୁରି,

ମୁକ୍ତି ଦିଅ ପ୍ରଭୁ ସଂସାର ପ୍ରାଣୀଙ୍କୁ

ଭକ୍ତଙ୍କ ଦୁଃଖ ନିଅ ହରି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children