STORYMIRROR

Rashmibala Satapathy

Children

3  

Rashmibala Satapathy

Children

ମା

ମା

1 min
176


ଜନ୍ମର ପବିତ୍ର ଧାରାରେ ମା

ଗର୍ଭସ୍ଥ ଶିଶୁର ହୃତ୍ସ୍ପନ୍ଦନରେ ମା।


ଶିଶୁର ପ୍ରଥମ କ୍ରନ୍ଦନରେ ଥାଏ ମା

ପ୍ରଥମ ହସର କାରଣ ସେ ମା।


ପହିଲି ପାଦ ଚିହ୍ନ ସିଖାଏ ଯେ ମା

ପଡିଗଲେ କାନ୍ଦି ଉଠାଏ ସେ ମା।


ବାଲ୍ୟକାଳର ଅବୁଝା ପଣରେ ଥାଏ ମା

ପଣତରେ ଧୂଳି ଝାଡି ଦେଇଥାଏ ମା।


ଶ୍ରଦ୍ଧା ଭଲ ପାଇବାର ପ୍ରତୀକ ଯେ ମା

ବିନମ୍ରତା ସଂସ୍କାରର ପ୍ରତିଛବି ସେ ମା।


ସନ୍ତାନର ପ୍ରଥମ ଲିପିରେ ଥାଏ ମା

ଶିଶୁର ମୁଖନିସୃତ ବାଣୀରେ ଥାଏ ମା।


ବାତ୍ସଲ୍ୟ ମମତାର ଗନ୍ତାଘର ତମେ ମା

ଅହେତୁକ ତ୍ୟାଗର ପ୍ରତିବିମ୍ବ ତମେ ମା।


ପୃଥିବୀର ସର୍ବଶ୍ରେଷ୍ଠ ରକ୍ଷାକବଚ ଯେ ମା

ନିଜ ଦୁଃଖ ଭୁଲି ଆନନ୍ଦର ବର୍ଷା କରେ ମା।


ମମତାର କରୁଣାମୟୀ ଧାରା ଯେ ମା

କ୍ଷମାର ମୂର୍ତ୍ତିମନ୍ତ ପ୍ରତୀକ ସେ ମା।


ମୋ ପାଇଁ ସର୍ବ ଶ୍ରେଷ୍ଠ ତମେ ମା

ଦୁନିଆ ଅଜ୍ଞାନ ସମ ପ୍ରତୀତ

ତୁମ ବିନୁ ମା.........।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children