STORYMIRROR

Rashmibala Satapathy

Children

3  

Rashmibala Satapathy

Children

ବୀଣାବାଦିନୀ ମା

ବୀଣାବାଦିନୀ ମା

1 min
225


ବୀଣା ବାଦିନୀ ଅଜ୍ଞାନ ହାରିଣୀ

ଜ୍ଞାନ ବାଣ୍ଟି ଥାଉ ମାଆ

ସବୁରି କଣ୍ଠରେ ତୁ ବିରାଜିତା

ସଭିଙ୍କର ତୁ ପୁଣି ରାହା।।


ବିଦ୍ୟାରୂପିଣୀ ତୁ ମାଆ

ବ୍ରହ୍ମରୂପିଣୀ ମାଆ

ସବୁରି କ୍ଷେତ୍ରରେ ତୁ ହିଁ ଭରସା

ସଭିଙ୍କର ତୁ ହିଁ ସାହା।।


ଶାରଦା ବରଦା ଭାଷାରୂପିଣୀ ମା

ବିଜେ କରୁ କଣ୍ଠେ କଣ୍ଠେ

ସୁର ଅଟୁ ତୁହି ତାଳ ଅଟୁ ତୁହି

ଲାସ୍ୟ କରୁ ଗୀତେ ଗୀତେ


ସଦନେ ସଦନେ ବିହାର କରୁ ତୁ

ବସନ୍ତର ଆଗମନରେ

ସଭିଙ୍କର ମନ ହୁଏ ପ୍ରଫୁଲ୍ଲିତ

ତୋହରି ବିଦ୍ୟା ପ୍ରଦାନେ।।


ମୋ ମନ ତୋହର ହୃଦୟ ତୋହର

ଆସିଣ ହେଉଛୁ ପ୍ରାଣେ

ଶୟନେ ସପନେ ତତେ ଦେଖେ

କରୁଥାଏ ତୋର ଜାଗରଣ।।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children