STORYMIRROR

Rashmibala Satapathy

Inspirational

3  

Rashmibala Satapathy

Inspirational

ଭଦ୍ର ମୁଖା

ଭଦ୍ର ମୁଖା

1 min
215


ସମାଜ କୁ ଚିହିଁବା ଏଠି କଷ୍ଟକର ବ୍ୟାପାର,

ନିରୀହ ମନେ ସାଜନ୍ତି ଶୋଷଣର ଶିକାର।

ବିଶ୍ୱାସ ଭରସା ର ସ୍ଥାନ ନାହିଁ ତ ଏଇଠି,

ଭଦ୍ର ମୁଖା ଲୋକ ଭରି ରହିଛନ୍ତି ସବୁଠି।

ସରଳ ବିଶ୍ୱାସୀ ହୋଇଥାଏ ଏଠି ନିର୍ଯାତିତ,

ଦୁଃ ସମୟେ ଏଠି ରହେ ନାହିଁ କେ କାହା ସହିତ।

ସ୍ୱାର୍ଥ ର ଖାେଲୋପ ଏଠି ସମସ୍ତଙ୍କ ମୁହଁ ରେ,

ବଦଳାନ୍ତୁ ରଙ୍ଗ ଏଠି ଘଡି ଘଡିକରେ।

ଦୟା ପ୍ରେମ ର ରଙ୍ଗ ନାହିଁ ତ ଏଇଠି,

ମାୟାରେ କବଳିତ ମନୁଷ୍ୟ ଦିଶନ୍ତି ସବୁଠି।

ବିବେକ ଶୂନ୍ୟ ହୋଇଗଲାଣି ମନୁଷ୍ୟ ସମାଜ,

ମନୁଷ୍ୟ ତା ଲୋପ ଏଠି ଶୂନ୍ୟ ଏଠି ଲାଜ।

ପଶୁ ସମ ଆଚରଣ କରନ୍ତି ସଭିଏଁ ଏଠି,

ଲୋଭାତୁର ହୋଇ ପାପ ଚାଲିଛି ସବୁଠି।

ଧନ ମାନ ସମ୍ମାନ ସବୁ ସେହି ମାନଙ୍କ ପାଇଁ,

ଯେଉଁ ମାନେ ଧନ ଆଶାରେ ହୋଇଥାନ୍ତି ହାଇଁପାଇଁ।

ଭୁଲି ଯାଇଥାନ୍ତି ସବୁରି ମାଲିକ ଏକ,

ସବୁ ଦେଖୁଛି ସଭିଙ୍କୁ କରି ଏକ।

ବେଳ ଥାଉ ଥାଉ ସୁଧୁରି ଯାଅ ବନ୍ଧୁମାନେ,

ନ ସୁଧୁରିଲେ ଭବିଷ୍ୟତରେ ପଶ୍ଚାତାପ କରିବ ମନେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational