ସ୍ନେହମୟୀ ତୁ କଲ୍ୟାଣମୟୀ
ସ୍ନେହମୟୀ ତୁ କଲ୍ୟାଣମୟୀ
ସୃଷ୍ଟିର ଆଦ୍ୟରେ ତୁ
ପୁଣି ମମତ୍ୱର ମୂର୍ତ୍ତି,
ଚିର ବନ୍ଦୟିନୀ ମା ତୁ
ଅମାପ ତୋ ସ୍ନେହର କୀର୍ତ୍ତି।
କେବେ ତୁ କରୁଣାମୟୀ
କେବେ ସ୍ନେହମୟୀ,
ସ୍ନେହ ତୋର ଅପସୋରା
ମା ତୁ ସେହି।
ତୁହି ମା ମମତାମୟୀ
କେତେ ଆପଣାର ସତେ
ତୋ ଦେହରୁ ଦେଇ ରକ୍ତଧାର
ଜନମ ଦେଇଛୁ ମୋତେ।
ତୁହି ମା କଲ୍ୟାଣ ମୟୀ
ତୋ ପ୍ରେମ ଅମୃତସମ
ସ୍ନେହର ଅଥର ସାଗର ତୁ ମାଁ
ଝରିଯାଏ ମଧୁ ସମ।
ତୁ ଯେବେ ପାଖରେ ଥାଉ
ସରଗ ସୁଖ ଭଳି ଲାଗେ
ତୁ ଯେବେ ଦୂରେଇ ଯାଉ
ଧରିତ୍ରୀ ଗଗନହୀନ ସମ ଲାଗେ।
ଜୀବନରେ ମୋର କିଛି ଲୋଡା ନାହିଁ
ତୁ ଯଦି ଅଛୁ ମୋ ପାଶେ
ପୁଣ୍ୟମୟୀ ମା ତୁ ମୋର
ହସ ଫୁଟେଇଛୁ ସଦା ମୋ ମୁଖେ।
ପ୍ରଣାମ କରୁଛି ତୋ ଦୁଇ ପୟରେ
ମା ତୁ ମହିୟସୀ
ସ୍ନେହମୟୀ ତୁ ମମତା ମୟୀ
ସ୍ୱର୍ଗାଦପି ଗରୀୟସି।