STORYMIRROR

Rashmibala Satapathy

Children

3  

Rashmibala Satapathy

Children

ସ୍ନେହମୟୀ ତୁ କଲ୍ୟାଣମୟୀ

ସ୍ନେହମୟୀ ତୁ କଲ୍ୟାଣମୟୀ

1 min
259


ସୃଷ୍ଟିର ଆଦ୍ୟରେ ତୁ

ପୁଣି ମମତ୍ୱର ମୂର୍ତ୍ତି,

ଚିର ବନ୍ଦୟିନୀ ମା ତୁ

ଅମାପ ତୋ ସ୍ନେହର କୀର୍ତ୍ତି।

କେବେ ତୁ କରୁଣାମୟୀ 

କେବେ ସ୍ନେହମୟୀ,

ସ୍ନେହ ତୋର ଅପସୋରା

ମା ତୁ ସେହି।

ତୁହି ମା ମମତାମୟୀ

କେତେ ଆପଣାର ସତେ

ତୋ ଦେହରୁ ଦେଇ ରକ୍ତଧାର

ଜନମ ଦେଇଛୁ ମୋତେ।

ତୁହି ମା କଲ୍ୟାଣ ମୟୀ

ତୋ ପ୍ରେମ ଅମୃତସମ

ସ୍ନେହର ଅଥର ସାଗର ତୁ ମାଁ

ଝରିଯାଏ ମଧୁ ସମ।

ତୁ ଯେବେ ପାଖରେ ଥାଉ

ସରଗ ସୁଖ ଭଳି ଲାଗେ

ତୁ ଯେବେ ଦୂରେଇ ଯାଉ

ଧରିତ୍ରୀ ଗଗନହୀନ ସମ ଲାଗେ।

ଜୀବନରେ ମୋର କିଛି ଲୋଡା ନାହିଁ

ତୁ ଯଦି ଅଛୁ ମୋ ପାଶେ

ପୁଣ୍ୟମୟୀ ମା ତୁ ମୋର

ହସ ଫୁଟେଇଛୁ ସଦା ମୋ ମୁଖେ।

ପ୍ରଣାମ କରୁଛି ତୋ ଦୁଇ ପୟରେ

ମା ତୁ ମହିୟସୀ

ସ୍ନେହମୟୀ ତୁ ମମତା ମୟୀ

ସ୍ୱର୍ଗାଦପି ଗରୀୟସି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children