STORYMIRROR

Rashmibala Satapathy

Children

3  

Rashmibala Satapathy

Children

ପାଳଭୂତ

ପାଳଭୂତ

1 min
266


ନିର୍ଜୀବତା ଭିତରେ ମୁଁ ଜୀବନ୍ତ

ମାନବ ସଦୃଶ ହୁଅଇ ପ୍ରତୀତ,

ଜୀବନର ନଗ୍ନ ଚିତ୍ର କରିଛି ଧାରଣ

ସମାଜ ପାଇଁ ସାଜିଛି ଉଦାହରଣ।


ବିଚିତ୍ର ମୋ ବେଶ ପରିପାଟୀ

ଏ ମନୁଷ୍ୟ ମୋତେ କରିଛି ସୃଷ୍ଟି,

ମୁଣ୍ଡଟି ଗଢା ମୋ ମାଟି ହାଣ୍ଡିରେ

ବାଉଁଶ ନଡ଼ାରେ ଶରୀର ସଜ୍ଜାରେ।


ଅନାଦି କାଳରୁ ମୁଁ ଯେ ଦଣ୍ଡାୟମାନ

ଚାଷୀ ଭାଇଙ୍କର ମୁଁ ମୁକ ସାଥୀ ସମ,

କ୍ଷେତକୁ ଜଗିଥାଏ ମୁଁ ବାରମାସୀ

ଚାଷୀ ମନରେ ଆଣିଥାଏ ଖୁସି।


ପକ୍ଷୀକୁ ଦୂରାଏ ଗୋରୁଗାଈଙ୍କୁ ଦୂରାଏ

ଜୀବକୁ ଦୂରାଏ ଜନ୍ତୁଙ୍କୁ ଦୂରାଏ,

ପ୍ରଚଣ୍ଡ ଖରା ବର୍ଷା ଶୀତ କାକରରେ

ସାଜେ ମୁଁ ଏଠି ଜୀବନ୍ତ ପାଷାଣରେ।


ପାଳଭୂତ ନାମେ ସର୍ବତ୍ର ପରିଚିତ

ଜାଗ୍ରତ ପ୍ରହରୀ ଏହି ସମାଜର,

ଶସ୍ୟ ଶ୍ୟାମଳା ଜନନୀ ମୋହର

ରହିଥିଲି ରହିଛି ରହିଥିବି ମୁଁ

ଚିର କାଳର।






   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children