STORYMIRROR

Rashmibala Satapathy

Romance

3  

Rashmibala Satapathy

Romance

ସମ୍ପର୍କ ତୋର ମୋର

ସମ୍ପର୍କ ତୋର ମୋର

1 min
189


ଅନେକ ଥର ତମେ ପ୍ରଶ୍ନ କର 

ତୁମର ମୋର ସମ୍ପର୍କ କଣ !


ଜାଣିଛ ଯେବେ ପଚାରେ ବସି 

ହୃଦୟକୁ ମୋର

କି ସମ୍ପର୍କ ଅଛି ଭିତରେ ଆମର,

ସେ ଚୁପ୍ କରି କଣ କହେ ଜାଣିଛ !


ମୁଁ ଫୁଲ ହେଲେ ତମେ ବାସ୍ନା

ମୁଁ ରାତ୍ରି ହେଲେ ତମେ ଯୋଛନା,

ମୁଁ ନଦୀ ହେଲେ ତମେ ସାଗର 

ମୁଁ ତୁଠ ହେଲେ ତମେ ପଥର।


ମୁଁ ଭାବ ହେଲେ ତମେ କବି

ମୁଁ ତୂଳୀ ହେଲେ ତମେ ଛବି,

ମୁଁ ମରୁ ହେଲେ ତମେ ବର୍ଷା

ମୁଁ ମହୁଲି ହେଲେ ତମେ ନିଶା।


ମୁଁ ବୀଣା ହେଲେ ତମେ ଝଙ୍କାର

ମୁଁ ସଙ୍ଗୀତ ହେଲେ ତମେ ସୁର,

ମୁଁ ପ୍ରାଣ ହେଲେ ତମେ ଆତ୍ମା

ମୁଁ ବୃକ୍ଷ ହେଲେ ତମେ ସବୁଜିମା।


ସମ୍ପର୍କ ଆମର ଚିର ଶାଶ୍ଵତ

ଆମ ଦୁହିଁଙ୍କ ପ୍ରେମ ଚିରନିସ୍ଵାର୍ଥ, 

ସମ୍ପର୍କ ଆମର ଜନ୍ମ ଜନ୍ମର

ନୀରବ ପ୍ରଣୟର ଏ ଯେ ସାକ୍ଷର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance