STORYMIRROR

Rashmibala Satapathy

Tragedy

3  

Rashmibala Satapathy

Tragedy

ଅନୁତାପ

ଅନୁତାପ

1 min
233


ପ୍ରଶ୍ନ କରିଚାଲେ ମନ ମୋତେ ଆଜି,

କାହିଁକି ତତେ ଭଲ ପାଇଲି।।

ତୁମ ଭଳି ପ୍ରତାରକକୁ ,

କେମିତି ଜାଣି ନ ପାରିଲି।।

ଅସୁମାରୀ ସ୍ୱପ୍ନ ମୋତେ ଦେଖେଇଲ,

ଅସରନ୍ତି ପ୍ରେମର ବର୍ଷା କରାଇଲ।।

ଅଦିନିଆ ବର୍ଷା ଭଳି ତୁମ ପ୍ରେମ ଥିଲା,

କ୍ଷଣକରେ ଆସି ପୁଣି କ୍ଷଣେ ଚାଲିଗଲା।।

କିଏ ଜାଣିଥିଲା ଏମିତି ହେବ,

ଦୁଇ ଦିନର କୁଣିଆ ସାଜି ମୋ ଜୀବନେ ଆସିବ।।

ମିଛି ମିଛିକା ଭଲ ପାଇବ,

ମଝି ବାଟରେ ହାତ ଛାଡି ଦେବ।।

ସ୍ୱପ୍ନର ପୂଣ୍ଣମୀ ଚନ୍ଦ୍ର ,

କାହିଁ ଯେ ମୋତେ ଦେଖେଇଲ।।

ଧୋକା ଦେଇ ମୋ ଜୀବନେ,

ଅମାବାସ୍ୟା କାହିଁ ଭରିଦେଲ।।

ନିଦାଘର ପ୍ରଚଣ୍ଡତା ହୃଦୟର ବିରହତା,

ପ୍ରଶ୍ନ କରିଚାଲେ ମୋତେ।।

ସ୍ୱପ୍ନର କ୍ଷୁର୍ଣ୍ଣତା ସମୟର ନିଷ୍ଠୁରତା ,

ପରିହାସ କରେ ଆଜି କେତେ।।

ବାଲୁକା ଶଯ୍ୟାର ସୁପ୍ତ ଶାମୁକାଟେ ମୁଁ,

ଅପେକ୍ଷା କରିଛି ତୁମ୍ଭ ପ୍ରୀତି ଜୁଆରକୁ।।

ଅନୁତାପର ଅଗ୍ନିରେ ଜଳେ ମୁଁ ଯେ ଆଜି,

କିପରି ଭୁଲିବି ତୁମକୁ ବାଟ ପାଉନି ଖୋଜି।।

କେବେ ଆସିବ ଜୁଆର ହୋଇ,

ଟାଣି ନେଇଯିବ ସମୁଦ୍ର ବକ୍ଷକୁ।।


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy