STORYMIRROR

Rashmibala Satapathy

Abstract

3  

Rashmibala Satapathy

Abstract

ସର୍ତ୍ତ

ସର୍ତ୍ତ

1 min
169


ସର୍ତ୍ତ ଡୋରେ ବନ୍ଧା ଆମ ଏ ଜୀବନ

ସର୍ତ୍ତ ଅକାଟ୍ୟ ବଚନ ଆଉ ମଧୁର ଭାଷ ମାନ।

ଦୃଢ଼ ସଂକଳ୍ପ ନେଇ ସେଇ ସର୍ତ୍ତ ବନ୍ଧା ହୁଏ,

ଯେଉଁ ସର୍ତ୍ତ ଆତ୍ମ ବିଶ୍ବାସ ଭାବନାରେ ଥାଏ।

 ପଦିଏ କଥା ରହେ ଆଜୀବନ ଅତୁଟ,

ସ୍ଵାର୍ଥର ସୃଷ୍ଟିରେ ଘଟେ ବେଳେ ବେଳେ ବିଭ୍ରାଟ।

ସମୟ ଚକ୍ରରେ ପଡି ସର୍ତ୍ତ ଦୋରେ ବନ୍ଧା,

ବାସ୍ତବତା ହଜାଇ ମରୀଚିକାରେ ହୋଇଯାନ୍ତି ଛନ୍ଦା।

ସର୍ତ୍ତର ଆକ୍ଷରିକ ମୂଲ୍ୟ ବୋଧ ହୋଇଥାଏ,

ଆଜୀବନ ଋଣୀ ଭାବେ ସେ ରହିଥାଏ।

ମନ ଆକାଶରେ ଆଶାର ଚଢ଼େଇ ପର ଝାଡି,

ଭରସାଟି ଥାଏ ଯେଉଁ ସବୁ ତ୍ରୁଟି ଯାଏ ସବୁ ଉଡି।

ସର୍ତ୍ତ ବ୍ରତ ସମହୋଇଥାଏ ମାନସିକ ତପ,

ଅଟେ ସବୁଠାରୁ ଜୀବନେ ବଡ଼ ଅନୁତାପ।

କିଛି ସର୍ତ୍ତ ଜୀବନ ଗଢ଼ିବା ଲାଗି ସାଜେ ପ୍ରେରଣା,

ସର୍ତ୍ତ ସପ୍ତରଙ୍ଗୀ ସଙ୍ଗୀତର ଏକ ମଧୁର ମୂର୍ଚ୍ଛନା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract