STORYMIRROR

Aparti Charan Sethi

Abstract

4  

Aparti Charan Sethi

Abstract

ମୋ ଜୀବନ କ୍ୟାଲେଣ୍ଡର

ମୋ ଜୀବନ କ୍ୟାଲେଣ୍ଡର

1 min
251


ହେ ସମୟ ‌!

ଆଉ ଥରେ ପାରିବ କି ଦେଇ,

ମୋ ପିଲା ଦିନକୁ ଫେରେଇ,

ଥରେ ମୋତେ ଅନୁଗ୍ରହ କରି !

ଯଦିବା‌ ହୁଅନ୍ତା ଏହା,

ଜୀବନର ଅସଜଡା ପୃଷ୍ଠା

ପଢିପାରନ୍ତି ମୁଁ ଲେଉଟାଇ।

ଅଜାଣତେ ଥିବା ଭୁଲ୍ ଶବ୍ଦଗୁଡିକକୁ,

ସଜାଡିପାରନ୍ତି ମାତ୍ରାବନାନକୁ ଦେଇ।

ହେ ସମୟ....!!

ମୋଜୀବନକ୍ୟାଲେଣ୍ଡର

କଳଙ୍କିତ ଯହିଁ,

ଅନେକତାରିଖଗୁଡା କଳାସ୍ମୃତି ହୋଇ

ଏବେବି ନାଚୁଅଛନ୍ତି

ଆଖି ଆଗେ ମୋର,

ନା,ଅଛି କି କ୍ଷମତା ଅବା

ପୁଣି ତଫାଟତା,

ତା'ମୋଭିତରେ ଯେ ଅନେକ ଦୂର।

କ'ଣ ହୁଅନ୍ତାନି ଭଲ,

ତାକୁଟିକେ ମୋପାଖରେ‌ଦେଲେ ପହଞ୍ଚାଇ,!

ହେ ସମୟ.......!

କେବଳ ମୋହର

ଟିକେ ଟିକେ ଭୁଲ୍ ପାଇଁ,

ପାରୁଛ ଯଦିବା‌ ତୁମ ନିଷ୍ଠୁର ଚାବୁକ୍

ମନ‌ଇଛା କର ହେ ପ୍ରହାର,

ପ୍ରତିବାଦ କରିବି ମୁଁ ନାହିଁ,

ହେଲେ କି ଲାଭ ପାଉଛ

ଏମିତି ପ୍ରତିକ୍ଷଣେ ପେଟରେ ମୋର୍

ନାତ ଦେଇ ଦେଇ,....!

ହେ ସମୟ......

ଆଜି ଭିନ୍ନ ଏ ପୃଥିବୀ 

ନବଗ୍ରହ ବାହାରେ ମୋହର,

ଏଲିଆନ୍ ଭଳି ଭିନ୍ନ ଜୀବନକୁ ଧରି

ବଞ୍ଚିବାଟା ହେଉ ଅଛି ସାର,

ଅନେକ ଆଶା ସ୍ୱପ୍ନ ମୋର,

ଗଲା ଭାଙ୍ଗି ହୋଇ,

ପାପୁଲିରେ ଜହ୍ନ ଧରି ରଖିବାର ଇଚ୍ଛା

ଟିକକ‌ ବି ଯାଇଛି ମେଳେଇ....।।

ହେ ସମୟ...!

ଆଜି ଖୋଲିଦେଲେ ହ୍ଵାଟ୍ସଆପ ଦେଖୁଛି ତୁମକୁ,

ଫେସ୍ ବୁକ୍ ସାଙ୍ଗଟିଏ ପରି, 

ଇଚ୍ଛା ଥିଲେ କ'ଣ ବା ହେବ,

ପାଖେ ତୁମ ପହଞ୍ଚିବା 

ହେଉନି ସମ୍ଭବ,

ଲଙ୍ଘି ସାତ ଦରିଆ ସେପାରି,

ନାହିଁ ମୋର ବଳ କି ଆୟୂଷ,

ଅଥଚ ଆଶାମୋର୍ ବୈତରଣୀ ନ‌ଈ।

ହେ ସମୟ.....!!

ବରଂସେଦିନ ଥାଆନ୍ତା ଭଲ ହୋଇ,

ଯଦି ମୁଁ ନ ଥାନ୍ତି କେବେ ଯାଇ,

ମାୟାମୃଗଟିର ପଛେ ଧାଇଁ ଧାଇଁ,

କଷ୍ଟ କିବା ପାଉଥାନ୍ତି

ମୋଜୀବନ ଅମୂଲ୍ୟ ଧନ

ବୈଦେହୀକୁ ଦେଇ ମୁଁ ହରାଇ, 

ଆଜି ମାତ୍ର ଜଳେ ଯାହା

ଅନୁତାପ ଅଗ୍ନୀରେ ପୋଡ଼ି ହୋଇ,

ଖାଲି ଅବଶୋଷ,

ଖାଲି ଅବଶୋଷ.....

ମୋ କପାଳେ ଆଉ କିଛି ନାହିଁ..।

ହେ ସମୟ !!

ଆଉ ଥରେ ପାରିବକି ଦେଇ,

ମୋ ହଜିଲା ଦିନକୁ ଫେରେଇ?


Rate this content
Log in

Similar oriya poem from Abstract