STORYMIRROR

Sanjay kumar Tripathy

Abstract Romance Classics

3  

Sanjay kumar Tripathy

Abstract Romance Classics

ସ୍ମୃତି

ସ୍ମୃତି

1 min
264


ସ୍ମୃତି ସେଇ ସତେ ମୋ ଗାଁଆଁ ସକାଳ

ନାଲି କୃଷ୍ଣଚୂଡ଼ା ଫୁଲ

ସ୍ମୃତି ସେଇ ସତେ ପୋଖୋରୀ ତୁଠର

ଗାଁଆଁ ଭୁଆସୁଣୀ ମେଳ।


ସ୍ମୃତି ସେଇ ସତେ ମୋ ଘର ବାରିର

ତୋଟା ଆଉ ବିଲ ମାଳ

ସ୍ମୃତି ସେଇ ସତେ ଗାଁଆଁ ଖଳାମୁଣ୍ଡ

ନୁଆଁବର୍ଷ ଅଣ୍ଡା ଝୋଳ।


ସ୍ମୃତି ସେଇ ସତେ ପିଲା ଦିନ ସାଥି

ମିଛି ମିିଛିକା ର ଖେଳ

ସ୍ମୃତି ସେଇ ସତେ ଅଭୁଲା ଅତୀତ

ବୁଢ଼ୀ ଜେଜେମା କୋଳ।


ସ୍ମୃତି ସେଇ ସତେ ମୋ ଗାଁଆଁ ପ୍ରେମିକା

ଆଉ ସନ୍ଧ୍ୟା ନଇ କୁଳ

ସ୍ମୃତି ସେଇ ସତେ ତା ଆଖି ମିଟିକା

ଆଉ ସେ ମିଳନ ବେଳ।


ସ୍ମୃତି ସେଇ ସତେ ଶେଷ ବସନ୍ତ ର

ଅସରାଏ ମିଠା ବାସ୍ନା

ସ୍ମୃତି ସେଇ ସତେ ଅଭୁଲା ଅତୀତ

ସରଗ ସୀମାର ଯୋଚ୍ଛ୍ନା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract