STORYMIRROR

Sanjay kumar Tripathy

Inspirational

3  

Sanjay kumar Tripathy

Inspirational

ସର୍ଜନା

ସର୍ଜନା

1 min
261

 


କେଉଁ ଏକ ଦୂର ପୃଥିବୀର

ପାନ୍ଥଶାଳା, ଚାହେଁ ମୋର ଆତ୍ମା

ସେ ଜର୍ଜରିତ ମର୍ମାହତ ଆଉ 

ବିଷାଦରେ ଗ୍ରସ୍ତ ମଧ୍ୟ।


ହଁ ସେ କହିପାରେନା

କିନ୍ତୁ ମୁଁ ବୁଝିପାରେ ତା ମନର ସ୍ଥିରତା

କାହିଁକି ନୁହଁ, ମୁଁ ତ ତାର ଆଜନ୍ମ ସାଥି

ହୁଏତ ସେ ମୋତେ ବିଶ୍ୱାସ କରେ।


ସେ ଡରେନି ସେ ନିର୍ଭିକ ସବୁ ଆତ୍ମା ଭଳି

କିନ୍ତୁ ବୋଧହୁଏ ସେ ଚାହେଁ ନିର୍ବାଣ

ସବୁ ପାର୍ଥିବ ଚିଜରୁ 

ଯାହା ସେ ଦେଖେ, ବୁଝେ ଆଉ ବ୍ୟକ୍ତ କରେ

ମୋ ଦ୍ଵାରା, ଅନ୍ତୁଡିଶାଳରୁ।


ସେ କଥା କୁହେ ଧୀରେ ଧୀରେ

ମୋ କାନେ କାନେ 

କିନ୍ତୁ ମୁଁ ଶୁଣିପାରେନି, ବୁଝେ

ତା ଆନ୍ତରିକ ସ୍ୱରକୁ 

ଯାହା ସେ କହି ଚାଲେ 

ପ୍ରତିଟି ରାତ୍ରିର ଶେଷ ପ୍ରହରରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational