STORYMIRROR

Sanjay kumar Tripathy

Romance

3  

Sanjay kumar Tripathy

Romance

ବିଲୟ

ବିଲୟ

1 min
24


ମୋ ଆଖିରେ ଦେଖ 

ତୁମ ହୃଦୟକୁ 

ଶେଷର ଆରମ୍ଭ ସବୁ...


ମୋ ଓଠରେ ଚାଖ

ତୁମ ଅନ୍ତରକୁ 

ଆହ୍ଲାଦର ରସ ସବୁ।


ମୋ ଲୁହରେ ଖୋଜ

ସେ ବିତା ମୁହୂର୍ତ୍ତ

ସମୟର କାଳଚକ୍ର...


ମୋ ଚାହାଣି ହେଜ

ସେ ଭୁଲା ଅତୀତ

ବିସ୍ମୟର ଦାରୁ ପିଣ୍ଡ।


ମୋ ହୃଦୟ ସତେ

ବନ୍ଧା ତୁମ ପାଇଁ

ଚାହଁ ଯଦି ନେଇଯାଅ...


ମୋ ଜୀବନ ପରେ

ଲେଖା ତୁମ ପାଇଁ

ଚାହିଁ ଯଦି ଆପଣାଅ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance