STORYMIRROR

Sanjay kumar Tripathy

Abstract Inspirational

3  

Sanjay kumar Tripathy

Abstract Inspirational

ଦୁହିତା

ଦୁହିତା

1 min
31

ଭୂଇଁ ଛୁଇଁଲାଠୁ ଶାସନ ସଭିଙ୍କ

ମଶାଣୀର ପଦା ଯାଏଁ

ନିଜସ୍ଵ ସର୍ବସ୍ବ ବୋଲି କିଛି ନାହିଁ

ଆଦେଶ ଯେ ଠାଏଁ ଠାଏଁ।


ଦୁନିଆଁ ଦେଖିଛି ଜାଣିଛି ସେ ମଧ୍ୟ

ସବୁ ଯେ ପର ଏଇଠି

ଜାଣିବା ଶୁଣିବା ଲୋକ ବାକ ମଧ୍ୟ

ସ୍ବାର୍ଥ ଯେ ଉଣ୍ଡନ୍ତି ଏଠି।


କାହାକୁ କହିବ କିସ ବା କହିବ

ସବୁ ତା ଆପଣା ଲୋକ

ସ୍ବାର୍ଥ ପାଇଁ ସିନା ସେମାନେ ହରିଲେ

ମେଣ୍ଟାଇ ଶରୀର ଭୋକ।


ଯାହା କିଛି ହେଉ ଭଗବାନ ସାକ୍ଷୀ

ଆଜି ବି ପବିତ୍ର ସିଏ

ସଂସାର ଅଗ୍ନୀ ରେ ଦଗ୍ଧୀ ହୋଇ ହୋଇ

ଚରିତ୍ର ବଖାଣି ଯାଏ।


ଶୈଶବ ଯୌବନ ସବୁ ଅବସ୍ଥାରେ

ବିପଦ ସଙ୍କୁଳ ସେହି

ସବୁ ଅବସ୍ଥାରେ ଜୀବନ ଚକ୍ରରେ

ଦୋଳାୟମାନ ଯେ ସେହି।


କହି ସେ ପାରେନି ଦୁଃଖ ଯନ୍ତ୍ରଣାକୁ

ଲୁହ ତଳେ ପୋଛିଦିଏ

"ଦୁହିତା" ଯେ ସିଏ ହିତ ଦୁଇ କୁଳେ

ଭାବି ସବୁ ଭୁଲିଯାଏ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract