STORYMIRROR

Sanjay kumar Tripathy

Romance

3  

Sanjay kumar Tripathy

Romance

ମୋ ପ୍ରିୟା

ମୋ ପ୍ରିୟା

1 min
36

ଏ ଜୀବନ ପ୍ରିୟା ତୁମ ବିନା ସତେ

ଅଥୟ ଅଧୈର୍ଯ୍ୟ ଶୂନ୍ୟ

ତୁମେ ନ ଆସିଲେ ତୁମେ ଯେ ନଥିଲେ

ଭଲ ଲାଗେନା ଜୀବନ।


ତୁମ କଥା ତୁମ ଗୀତ 

ଆଉ ତୁମ ହସ ପ୍ରିୟା

ମନେ ପଡେ ମୋର ତୁମ ଅଗଣାର

ତୁମରି ହାତର ଛୁଆଁ।


ଶ୍ରାବଣ ଦେହରେ ଲାଜକୁଳୀ ତୁମେ

ଆଗୋ ମୋ ପ୍ରିୟା ଶ୍ରାବଣୀ

ମତୁଆଲା ସେଇ ରଙ୍ଗ ଭରିଦେଇ

ବର୍ଷିଗଲ ବର୍ଷା ପାଣି।


ହସ ଲୁହ ସୁଖ ଦୁଃଖ ଆଉ ପ୍ରୀତି

ସବୁ ତ ତୁମଠି ବନ୍ଧା

ମୋ ଜୀବନ ରସ ପ୍ରତିକ୍ଷଣ ପ୍ରିୟା

ତୁମରି ଛାନ୍ଦରେ ଛନ୍ଦା।


ଜାଣିନି ଗୋ ପ୍ରିୟା କେଉଁ କାଳେ ସତେ

ହବ ଯେ ଆମ ମିଳନ

ଏତିକି ଜାଣିଛି ତୁମ ବିନା ମୋର

ସମ୍ଭବ ନାହିଁ ଜୀବନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance