ମାୟା
ମାୟା
ଭର୍ତୁହରି ସିନା ପ୍ରାଣର ସଂଶୟ
ଚିତ୍ତ କଥା ବୁଝେ କିଏ
ଓଡାଇ ଆଣନ୍ତି ଗୋଠୁଁ ଗାଈ ସିନା
ଖାଇବାକୁ ଦିଏ କିଏ।
ସୂର୍ଯ୍ୟ ନେଉଟଣି ବେଳ ଦେଖି ସିନା
ମନଟି ହୁଏ ଅସ୍ଥିର
ସେ ମଲାଜହ୍ନ କୁ ଦେଖି ଯାହା ମିତ
ପ୍ରଜ୍ବଳେ ଜ୍ୟୋତି ମନର।
ବାଇଶି ଚଞ୍ଚାଳୀ ମଧ୍ୟେ ଖେଳ ତାର
ଝୁଣୁ ଥାଏ ମୋ ହୃଦକୁ
କିବା ସେ ଛାଡ଼ିବ ମଶାଣି ପଦାର
ଶ୍ମଶାନ ଖଳା ରୁନ୍ଧାକୁ।
ଧାଇଁବ ମୋ ସାଥେ ପଡି ଉଠି ସତେ
କାୟା ଆଉ ମାୟା ଭଳି
ସତ ଚେଷ୍ଟା ସତେ ଭୁଷୁଡି ପଡ଼ିବ
ନଦୀ ବାଲିଘର ଭଳି।