STORYMIRROR

Sanjay kumar Tripathy

Abstract Inspirational

2  

Sanjay kumar Tripathy

Abstract Inspirational

ମାୟା

ମାୟା

1 min
18


ଭର୍ତୁହରି ସିନା ପ୍ରାଣର ସଂଶୟ

ଚିତ୍ତ କଥା ବୁଝେ କିଏ


ଓଡାଇ ଆଣନ୍ତି ଗୋଠୁଁ ଗାଈ ସିନା

ଖାଇବାକୁ ଦିଏ କିଏ।


ସୂର୍ଯ୍ୟ ନେଉଟଣି ବେଳ ଦେଖି ସିନା

ମନଟି ହୁଏ ଅସ୍ଥିର


ସେ ମଲାଜହ୍ନ କୁ ଦେଖି ଯାହା ମିତ

ପ୍ରଜ୍ବଳେ ଜ୍ୟୋତି ମନର।


ବାଇଶି ଚଞ୍ଚାଳୀ ମଧ୍ୟେ ଖେଳ ତାର

ଝୁଣୁ ଥାଏ ମୋ ହୃଦକୁ


କିବା ସେ ଛାଡ଼ିବ ମଶାଣି ପଦାର

ଶ୍ମଶାନ ଖଳା ରୁନ୍ଧାକୁ।


ଧାଇଁବ ମୋ ସାଥେ ପଡି ଉଠି ସତେ

କାୟା ଆଉ ମାୟା ଭଳି


ସତ ଚେଷ୍ଟା ସତେ ଭୁଷୁଡି ପଡ଼ିବ

ନଦୀ ବାଲିଘର ଭଳି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract