ଲଳନା
ଲଳନା
ସୁନ୍ଦର ସତେ ସେ ମୁଖ ବର୍ଣ୍ଣନା
ଦିଶେ ଦୁରୁ ଦାଉ ଦାଉ
କୋଟି ଜହ୍ନ ତେଜ ରାଶି ସେ ମୁଖେ
ଉପମା କି ଦେବ ଆଉ
ଝଟକେ ଝଟକ ଆତୁର କ୍ଷୁଧା
ଦେଖି ସେ ନବ ପଲ୍ଲବ
ସତେ ଅପସରୀ ସ୍ବର୍ଗ ଅବତରୀ
ଆସିଛି ଏ ଧରାର୍ଣ୍ଣବ
ଖୁନ୍ଦି ହୋଇ ସବୁ ଯେତକ ଠାଣି
ତାପାଖେ ସବୁତ ବନ୍ଧା
କବିର କବିତା ଲେଖାଳିର ଲେଖା
ନର୍ତ୍ତକୀର ପଦଛନ୍ଦା
ଶରୀରଟୀ ସତେ ସୁବର୍ଣ୍ଣ ଧାର
ଲାଳୀମା ଯୁକ୍ତ ସେ ମୁଖ
ପ୍ରକ୍ଷଳନ କରେ ଅତିଥି ସଭିଙ୍କୁ
ବାଢ଼ି ତା ଅଧର ହସ ।