STORYMIRROR

Sanjay kumar Tripathy

Abstract Romance

3  

Sanjay kumar Tripathy

Abstract Romance

ଲଳନା

ଲଳନା

1 min
114

ସୁନ୍ଦର ସତେ ସେ ମୁଖ ବର୍ଣ୍ଣନା

ଦିଶେ ଦୁରୁ ଦାଉ ଦାଉ

କୋଟି ଜହ୍ନ ତେଜ ରାଶି ସେ ମୁଖେ

ଉପମା କି ଦେବ ଆଉ


ଝଟକେ ଝଟକ ଆତୁର କ୍ଷୁଧା

ଦେଖି ସେ ନବ ପଲ୍ଲବ

ସତେ ଅପସରୀ ସ୍ବର୍ଗ ଅବତରୀ

ଆସିଛି ଏ ଧରାର୍ଣ୍ଣବ


ଖୁନ୍ଦି ହୋଇ ସବୁ ଯେତକ ଠାଣି

ତାପାଖେ ସବୁତ ବନ୍ଧା

କବିର କବିତା ଲେଖାଳିର ଲେଖା

ନର୍ତ୍ତକୀର ପଦଛନ୍ଦା


ଶରୀରଟୀ ସତେ ସୁବର୍ଣ୍ଣ ଧାର

ଲାଳୀମା ଯୁକ୍ତ ସେ ମୁଖ

ପ୍ରକ୍ଷଳନ କରେ ଅତିଥି ସଭିଙ୍କୁ

ବାଢ଼ି ତା ଅଧର ହସ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract