STORYMIRROR

Debadatta Jena

Romance

3  

Debadatta Jena

Romance

ମୋ ପାଇଁ

ମୋ ପାଇଁ

1 min
258


ଖାସ, ତୋ ପାଇଁ..,

ଏ ଝିଲମିଲ ତାରା

ଚିକ ମିକ ଜହ୍ନ,

ଖିଲ ଖିଲ ହସ,

ରିମ ଝିମ ପାହାନ୍ତି ପହର..!

ସରଗ ଠୁଁ ବି ସୁନ୍ଦର..!!

ଆଞ୍ଜୁଳାଏ ଖୁସି,

ଝରା ଶ୍ରାବଣ,

ଛାଇ ଆଲୁଅ,

ସୁନେଲି ରଂଗର ଆକାଶ..!

ଇଏ ବି ତ ଲାଗେ ସୁନ୍ଦର..!!

ଅମାନିଆ ଢେଉ,

ପ୍ରଜାପତି ମନ,

ସଜ ସପନ,

ହସ କୁରି ଚଇତି ପବନ..!

ଟିକେ ଖରା,

ନରମ ଛାଇ,

ଗହଳ ନିଦ,ଚୋରା ବସନ୍ତ..!

ଲାଗେ ସୁନ୍ଦର,ଜନ୍ମ ଜନ୍ମର..!!

ବହଳେ ସୁଖ,

ସାତ ସପନ,

ସଞ୍ଜ ସକାଳ,

ଗହନ ବନ, ରେଶମୀ ମନ..!

ସୁନ୍ଦର,ଏତ ଜନ୍ମ ଜନ୍ମାନ୍ତର..!!

ପୁନେଇଁ ଜହ୍ନ,

ଫୁଲେଇ କଇଁ,

କଅଁଳ କାକର

ସବୁଜ ଭୂଇଁ,ସବୁ ତୋ ପାଇଁ.!

ଛନ୍ଦ ଯୁକ୍ତ,ଛନ୍ଦୋବଦ୍ଧ ହୋଇ,

ଆଉ କଣ ଲୋଡ଼ା ଯେ ?

ହେଲେ, ମୋ ପାଇଁ ?

ସୁକ୍ଷ୍ମ ସାରାଂଶ, ସ୍ଥୂଳ ଭଗ୍ନାଂଶ..!

ଜୀବନ ଅକ୍ଷାଂଶ, ମୋ ପାଇଁ..!!

ଦ୍ରାଘିମା.., ଯୋଜନ ଯୋଜନ,

ଅସରା ବାଟ, ଏଇତ ଜୀବନ,

ତୁ'ନ ଥିଲେ,ଲାଗେ ଛନ୍ଦହୀନ,

ଏ ସାରା ଆକାଶ,ଆଉ ମୁଁ..!!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance