STORYMIRROR

Sudipta Kumar Panda

Romance

3  

Sudipta Kumar Panda

Romance

ଦାୟିତ୍ଵ

ଦାୟିତ୍ଵ

1 min
201

ମୁଁ ଘରେ ନାହିଁ ହେଲେ ଶୁଣିବାକୁ ପାଇଲି

ଯେତେବେଳେ ହିଁ ଦେଖିବ 

ପୁରୁଷ ସଂସ୍ରଵ

ତୁମକୁ ଭଲ ଲାଗୁଛି ବୋଲି ମୋତେ ରାଗ ଲାଗେ

ମୋ ଅଜ୍ଞାତସାରରେ କେମିତି କରି

ପୁରୁଷଙ୍କ ଭିତରକୁ ଯାଇ

ଆଳାପ ଆଲୋଚନାରେ ପ୍ରବୃତ୍ତ ହେଉଛ 

ବୁଝ ହେ ପ୍ରେୟସୀ

ଜ୍ଞାତ କି ଅଜ୍ଞାତସାରରେ ହେଉ

ପୁରୁଷ ଆକାଂକ୍ଷା ତୁମ ଭିତରେ ମୁଣ୍ଡ ଟେକୁଛି

ଯଦି ବା ସ୍ତ୍ରୀ ପୁରୁଷ ସଂସାରର ଏକ ଆକର୍ଷଣ

ତଥାପି ପୁରୁଷଠାରୁ ଦୂରରେ ରୁହ

ନିଜ ଦାୟିତ୍ଵକୁ ସମ୍ଭାଳ 

ନହେଲେ ଲୋକଲୋଚନରେ

କାଳିମାର କଳଙ୍କ 

ତୁମକୁ କବଳିତକରି

ଦାୟିତ୍ବହୀନତାକୁ ଜଣାଇଦେବ

ନୀରବ ସମାଜକୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance