ଗୋଲାପ ଫୁଲର ଅଭିମାନ
ଗୋଲାପ ଫୁଲର ଅଭିମାନ


ସଜ ଫୁଟା ଗୋଲାପ ଋଷିଛି ତୋଳିବାକୁ ଆଗଭଳି
ଆଉ ଲମ୍ବା ଧାଡ଼ି ଛୁଟୁନି ।
ପ୍ରେମର ସଂଜ୍ଞା ଗଲାଣି ବଦଳି ପ୍ରେମିକର ହାତ ଖାଲି
ନାହିଁ ଗୋଲାପ ଫୁଲ ।
ହୁଆଟସାପ୍ ରେ ଚାଲେ ଗୋଲାପ ଦିଆନିଆ
ଭିଡିଓ କଲ୍ ରେ ହୁଏ ଦେଖା।
ପୁଣି ଲକ୍ ଡାଉନ୍ ସ ଟ୍ ଡାଉନ୍
କଲା ମତେ ପୁରା ବଦନାମ
କେହି କାହା ହାତୁ ନ ନିଏ ଗୋଲାପ ।
ସରକାର ଦେଇଛି ସଚେତନ ବାର୍ତ୍ତା
କେହି କାହାକୁ ନ ଛୁଅଁ ଜମା ।
ଏ କି କୋକୁଆ ଭୟ
ମଣିଷକୁ ମଣିଷ ଦେଖି
ମାରେ ଦଶ ଡିଆଁ ।
ଆପେ ବଞ୍ଚିଲେ ବାପର ନା
କି ପ୍ରେମିକ କି ପ୍ରେମିକା ।
ଗୋଲାପ କରିଛି ପ୍ରତୀକ୍ଷା
କେବେ ଶେଷ ହେବ ଅପେକ୍ଷା ।
କରୋନା ଯିବ ଚାଲ
ପୁଣି ଚାଲିବ ଗୋଲାପ ରାଜୁତି ।