STORYMIRROR

Lovabati Das

Others

3  

Lovabati Das

Others

ନିଆରା ବାସ୍ନା

ନିଆରା ବାସ୍ନା

1 min
216

ସ୍ବପ୍ନ ଯେବେ ବାସ୍ତବତାର ରୂପ ନେଇ 

ପହଞ୍ଚେ ହାତ ପାଆନ୍ତାରେ 

ଚଳଚଞ୍ଚଳ ହୋଇଉଠେ ନିସ୍ତବ୍ଧ ହୃଦୟ ।

 ପତ୍ରଝଡା ଗଛରେ କଅଁଳି ଉଠେ ପତ୍ର।

 ମନରେ ଖେଳିଯାଏ ଅକୁହା ପୁଲକ । 

ହଠାତ୍ ଯେମିତି ଝାଞ୍ଜି ପବନଟା 

ବସନ୍ତର ମଳୟ ହୋଇ ବହି ଯାଏ। 

ଫିକା ଫଗୁଣ ବି ହୋଲି ଢାଳି 

ରଙ୍ଗୟିତ କରେ ଦେହର ରଙ୍ଗ। 

ସତେ ଯେମିତି ଗଙ୍ଗଶିଉଳି ଫୁଟି ଉଠୁଛି 

ଦିନ ଆଲୋକରେ। 

ଖରାପ ଶବ୍ଦ ମାନେ ବି ଭଲ ହୋଇ 

ମନକୁ ବୁଝେଇ ଦିଅନ୍ତି। 

ହଜିଯାଉଥିବା ଜୁଆର ବି ଫେରିଆସି 

ଛୁଇଁ ଯାଏ ମନର ଇଲାକା। 

ସେ ସ୍ବପ୍ନଟା ପ୍ରେମର ପ୍ରତିଛବି ହେଉ 

ଅବା ଲକ୍ଷ୍ୟସ୍ଥଳର ଶେଷ ପାହାଚ।

ସତରେ, 

ସ୍ବପ୍ନ ବାସ୍ତବତାର ବାସ୍ନା 

ନିହାତି ନିଆରା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍