ପ୍ରେମ
ପ୍ରେମ
ପ୍ରେମ ସତ୍ୟ ଶାଶ୍ଵତ ଚିରନ୍ତନ
ପ୍ରେମ ଅର୍ଥହୀନ ଶବ୍ଦର ସମାହାର
ପ୍ରେମ ସ୍ତବ୍ଦ ହୃଦୟର ଭାବନା ।
ପ୍ରେମ ସୀମା ହୀନ ଅପେକ୍ଷା
ଆଉ ଧୈର୍ଯ୍ୟର ଗନ୍ତାଘର ।
ପ୍ରେମ ହଠାତ୍ ପରିବର୍ତ୍ତନର ବାର୍ତ୍ତା
ଆଉ କୋଳାହଳ ସମୟର କଳ୍ପନା ।
ପ୍ରେମ ନିରବ ହସର କାରଣ
ଆଉ ଛାତି ତଳର କୋହର ସମାଧି।

