ଅତୁଟ ପ୍ରେମ ବନ୍ଧନ
ଅତୁଟ ପ୍ରେମ ବନ୍ଧନ


ପୂନେଇଁ ରାତିର ପୂର୍ଣ୍ଣ ଅବୟବ
ନେଇ ହସୁଅଛି ଜହ୍ନ,
କୁମୁଦିନୀ ତା'ରେ ଏକଧ୍ୟାନେ ବସି
କରୁଅଛି ନିରୀକ୍ଷଣ ||
କାହୁଁ କେଉଁ କାଳୁ ଦୁନିଆଁ ଦେଖୁଛି
ସେ ଦୁଇ ଆତ୍ମାର ବନ୍ଧନ,
ଅଭେଦ୍ୟ ତାଙ୍କର ପୀରତି ବନ୍ଧନ
ଦୁହେଁ ଦୁହିଁଙ୍କ ସମ୍ମାନ||
ବିରହର ଜ୍ଜ୍ବାଳା ପ୍ରାଣକୁ ଦହିଛି
ଦେଇଛି କେତେ କଷଣ,
କାହାରି ମନରୁ କାହାକୁ ହଟାଇ
ପାରି ନାହିଁ &
nbsp;କେଉଁ ଦିନ||
ଅଭେଦ୍ୟ ଅଟଇ ତାଙ୍କ ପ୍ରୀତି ଦୁର୍ଗ
ନିବାସ ସୁଖର ସ୍ବପ୍ନ,
ତାରାଙ୍କ ରୋଷଣୀ ଜହ୍ନ ନେଇ ଆସେ
ଜୋଛନାରେ ଆଲିଙ୍ଗନ ||
ଜହ୍ନ ଉଇଁ ସଞ୍ଜେ ପ୍ରରାତରେ ଯାଏ
କଇଁ ରହି ଉଜାଗର,
ପୀରତି ମଦିରା ପାନ କରିଯାଏ
ଅତୁଟ ପ୍ରେମ ତାଙ୍କ ||
କାଳଜୟୀ ଅଟେ ପୀରତି ରଜ୍ଜୁରେ
ଆତ୍ମା ଦ୍ବୟର ବନ୍ଧନ,
ଜଣଙ୍କର ଆତ୍ମା ଅନ୍ୟଠାରେ ବନ୍ଧା
ଦୁହେଁ ଦୁହିଁଙ୍କ ଜୀବନ ||