STORYMIRROR

SUJATA DAS

Romance

3  

SUJATA DAS

Romance

ହସ ଆଉ ଲୁହ

ହସ ଆଉ ଲୁହ

1 min
241

ଜୀବନ ତରୁର ଦୁଇ ଫୁଲ ପେନ୍ଥା

    ହସ ଆଉ ଲୁହ ଧାର

ଲୁହ ଝରିଆସେ  ଯନ୍ତ୍ରଣାର  ତୀରେ

   ହସ ମିଠା କାରିଗର.


ଯନ୍ତ୍ରଣା ସହରେ କେତେ ଯେ  କାହାଣୀ

    ହୃଦୟ ପୁସ୍ତକେ ଲେଖା

ଭାବ ଝରିଆସେ  ବୁକୁ ଛୁଇଁ  ଦେଇ

     ଲେଖନୀ ହୁଅଇ ସଖା.


ଅମୃତ ପରଶେ ଭାବର ବିନ୍ୟାସେ

    ଝରିଆସେ କେତେ ଗୀତି

ଲେଖୁ ଲେଖୁ କେବେ ବ୍ୟଥାର  ସୁଅରେ

   ଫୁଟି ଉଠେ କେତେ ସ୍ମୃତି.


ଜୀବନ ପଥରେ କେତେ ଚିହ୍ନା  ମୁହଁ

   କେତେ ଯେ ସମ୍ପର୍କ ଆସେ

ଅପରାହ୍ନେ ଯେବେ ଗୋଧୂଳି ଲଗନେ

   ଉଦାସରେ  ମନ ବସେ.


ଭାବନା ରାଇଜେ  ଝରେ କେତେ  ରେଣୁ

    ମହକରେ ଯାଏ ଡୁବି

ଜୀବନ ସଉଦା ସରିଯାଏ ସିନା

   ଅଟକି ଯାଏନି କବି 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance