STORYMIRROR

Lovabati Das

Action

4  

Lovabati Das

Action

ହସ

ହସ

1 min
164

ଦୁଇ ଅକ୍ଷର ର ସୁନ୍ଦର ଶବ୍ଦ ରେ

ଲୁଚି ରହିଅଛି କେତେ ଯେ ମାଧୁର୍ଯ୍ୟ

ଭାବିଲେ ଲାଗେ ଆଶ୍ଚର୍ୟ୍ଯ ।

ସମ୍ପର୍କ ସମ୍ପର୍କେ ସୂତା ଖିଅ ସେ ଯେ 

ଅନାବନା ପ୍ରଶ୍ନର ଉତ୍ତର , 

ନାହିଁ ଗରିବ କି ନାହିଁ ଧନୀ

ନାହିଁ ତା ପାତର ଅନ୍ତର। 

ସବୁରି ଓଠର ଆପଣାର ସିଏ

ସୁଖେ ଆସେ ଦୁଃଖେ ଲୁଚି ଯାଏ। 

ପ୍ରେମ ପ୍ରଣୟର ପରିଭାଷା ସେହି, 

ପାଖେ ଥିଲେ ରୋଗ ଯାଏ ଦୂରେଇ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action