STORYMIRROR

Bharatabandhu Biswal

Action Inspirational Others

3  

Bharatabandhu Biswal

Action Inspirational Others

ଶ୍ରମ ମୋର ପୂଜା/ଧର୍ମ

ଶ୍ରମ ମୋର ପୂଜା/ଧର୍ମ

1 min
233


ଶ୍ରମ ମୋର ପୂଜା ଶ୍ରମ ଆରାଧନା

   ଶ୍ରମ ଅଟେ ଶ୍ରେଷ୍ଠ ଧନ

ଶ୍ରମ ଫଳେ ସୁଖ  ଶାନ୍ତି ପରମାର୍ଥ

   ସାର୍ଥକ ଶ୍ରମେ ଜୀବନ ।


ଶ୍ରମ ମୂଳ ପୁଞ୍ଜି ଆଜୀବିକା ବୃତ୍ତି

   ଶ୍ରମେ ପ୍ରାପ୍ତି ଚଉବର୍ଗ

ଯୋଗ ଯଜ୍ଞ କ୍ରିୟା ଈଶ ପ୍ରାପ୍ତି ଲକ୍ଷ୍ୟେ

    ପଥ ସହଜ ସରଳ ।


ସ୍ୱେଦକୁ ଝରାଇ  ଶ୍ରମ ବିନିମୟେ

    ହୁଏ କଷ୍ଟ ଉପାର୍ଜନ 

ଉତ୍ତମ ଉଦ୍ଦେଶ୍ୟେ  କରିବା ଉଚିତ

   ବ୍ୟୟ ଖରଚ ସେ ଧନ ।


ବୁଝିପାରେ ନାହିଁ  ମୁଢ ଓ ଅଜ୍ଞାନୀ

    ପରିଶ୍ରମ ମୂଲ୍ୟବୋଧ

ଅସତ ବାଟରେ ମଦ୍ୟ ଜୁଆଖେଳେ

   ଅର୍ଥ କରେ ବରବାଦ ।


ନିର୍ବୋଧତା ଯୋଗୁଁ  ଭୋଗେ ଅସୁବିଧା

   ପରିବାର ପାଏ ଦୁଃଖ

ନିନ୍ଦେ କପାଳକୁ  ସଂସାର ଜନଙ୍କୁ

   ନ ବୁଝଇ ନିଜେ ମୁର୍ଖ ।


ଦେଖି ନ ଚାଲିଲେ ଝୁଣ୍ଟିବ ପଡିବ

   ରାସ୍ତାର କି ଅବା ଦୋଷ

କର ପରିଶ୍ରମ  ଉଚିତ ବିଧାନେ

    ଘୁଞ୍ଚି ଯିବ ସର୍ବ କ୍ଳେଶ ।

  



Rate this content
Log in

Similar oriya poem from Action