STORYMIRROR

Ajit Kumar Raut

Action

3  

Ajit Kumar Raut

Action

ଦେଶର ପ୍ରଧାନ

ଦେଶର ପ୍ରଧାନ

1 min
162


ଦେଖି ନାହିଁ କେଭେଁ ଦେଖୁଛନ୍ତି ଜନେ


ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟ,


ଦିନରାତି ନିତ୍ୟେ ଜନଙ୍କ ସେବାରେ


କରୁଛନ୍ତି ଜନ କାର୍ଯ୍ୟ ।


ଜୀବନ ଉଦ୍ଦେଶ୍ୟ ରାଷ୍ଟ୍ର ସେବା ତାଙ୍କ


ଜନ ସେବା ଅଟେ ମନ୍ତ୍ର 


ତାଙ୍କରି ସେବାରେ ସମର୍ପଣ ଭାବ


କରିଛନ୍ତି ନିତ୍ୟେ ମନ୍ତ୍ର ।


ବିଶ୍ବ ମଧ୍ୟେ୍ ଆଜି ନାହିଁ ପଟାନ୍ତର


ମୋଦି ପରି ନେତା ଦେହି,


ଗରିବ ଯନ୍ତ୍ରଣା ଜାଣନ୍ତି ହିଁ ସେହି


ସମସ୍ତଙ୍କ ଆଗେ ସେହି।


ସମୟର ଚକ୍ର ଅତି ଭୟଙ୍କର


କରୋନା ମାଡିଛି ଦେଶେ,


ସବୁ ଆବଶ୍ୟକ ପୂରଣ କରନ୍ତି


ଭେଦଭାବ ନାହିଁ ଦିଶେ।


ମନ୍ତ୍ରଣା କରନ୍ତି ଆଦେଶ ଦିଅନ୍ତି


ନିଅଁଟର ପ୍ରଶ୍ନ ନାହିଁ,


ଆତ୍ମନିର୍ଭରଟି ମନ୍ତ୍ର କରିଛନ୍ତି


ଏପରିକି ନେତା କାହିଁ।


ଶତ୍ରୁ କରୁଛନ୍ତି ବିଭିନ୍ନ ମନ୍ତ୍ରଣା


ସତ୍ତାର ପାଇବା ପାଇଁ,


ଜନ ଚାଲୁଛନ୍ତି ମୋଦିଙ୍କ କଥାରେ


ଦେଶର ଉନ୍ନତି ପାଇଁ।


ଦେଶର ସୂଭାଗ୍ୟ ମୋଦି ପରି ନେତା


ଧର୍ମ ଦେଶେ ଆବିର୍ଭାବ,


ସବୁ ଗୁଣେ ସେହୁ ସମ୍ପନ୍ନ ଅଛନ୍ତି


ନାହିଁ ଏଠି ଭେଦଭାବ।


ଦେଖି ନାହିଁ କେଭେଁ ଦେଖନ୍ତୁ ଜନେ


ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟ,


ଦିନରାତି ନିତ୍ୟେ ଜନଙ୍କ ସେବାରେ


କରୁଛନ୍ତି ଜନ କାର୍ଯ୍ୟ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action