STORYMIRROR

Kadambari Mohakhud

Abstract Action Inspirational

3  

Kadambari Mohakhud

Abstract Action Inspirational

ନିର୍ମାଣ ନାରୀତ୍ୱର

ନିର୍ମାଣ ନାରୀତ୍ୱର

1 min
160


ନାରୀ !

ଜାୟା,ଜନନୀ,ପ୍ରେମିକା, ଭଗିନୀ

ମାତା,ଧାତ୍ରୀ ଆଦ୍ୟ ଚିରନ୍ତନୀ

କେତେଯେ ଲୁଚେଇ ରଖେ

ହୃଦୟରେ ନିନ୍ଦାର ସେ ବହ୍ନି ।।

କେତେଯେ ଲୁଚେଇ ରଖେ

ହୃଦୟରେ ନିନ୍ଦାର ସେ ବହ୍ନି


ନାରୀ !

ନୂତନ ସୃଷ୍ଟିର ଗନ୍ତା ଘର

ଉପସ୍ଥିତି କିଏବା ନଲୋଡେ ତାର

ଅଭିନବ ପ୍ରୟାସଟିଏ ଅଟେ ସୃଷ୍ଟିର

ତଥାପି ନାରୀ ଖୋଜେ ପରିଚୟ ତାର ।।

ତଥାପି ନାରୀ ଖୋଜେ ପରିଚୟ ତାର


ନାରୀ ଶବ୍ଦେ କରନ୍ତି

କେତେଯେ ବିଶ୍ଳେଷଣ 

ଗର୍ଭେ ଧରି ସନ୍ତାନକୁ

ନାରୀ କରେ କେତେ ଅନ୍ୱେଷଣ ।।


ନାରୀ ସର୍ବସଂହା

ଉଦାର ସହନଶୀଳା

ନାରୀ ଅଟେ ସୃଷ୍ଟିର

ରଙ୍ଗ ଜ୍ୟୋତି ମାଳା ।।


ନାରୀ !

ମାତୃର ଗର୍ଭରେ

କନ୍ୟା ଭୃଣ ଖିଅ

ଘୃଣା ନୁହେଁ ତାକୁ

ଜନ୍ମ ହେବାକୁ ଦିଅ ।।

ତାକୁ ଜନ୍ମ ହେବାକୁ ଦିଅ !


ଭକ୍ଷକ ସାଜନା

ବଞ୍ଚିବାକୁ ଦିଅ

ନାରୀର ଉତ୍ସାର୍ଗ ମନେ ପକାଅ

ସମାଜରେ ତାକୁ ସମ୍ମାନ ଦିଅ ।।

 ସମାଜରେ ତାକୁ

 ସମ୍ମାନ ଦିଅ !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract