STORYMIRROR

Sambit Srikumar

Action Classics Others

3  

Sambit Srikumar

Action Classics Others

ମୋ ଗାଁ

ମୋ ଗାଁ

1 min
214


ନାନା ସ୍ଥାନ ଭ୍ରମି ଭ୍ରମି ଦେଖିଲି ଚଉଠ ଜୀବନେ

ମୋ ଗାଁ ଛବିଟି ସଦା ଭାସଇ ନୟନେ

ଅଟେ ଏହା ଧ୍ରୁବ ସତ୍ୟ ନାହିଁ ତହିଁ କିଛି

ମାତ୍ର ଅଛି ଏକ ଅଦୃଷ୍ଟ ସମ୍ମୋହନୀ ଶକ୍ତି

ଯାହା କରେ ମୋତେ ଆକର୍ଷିତ

ତା'ର ମଧୁର ମୂର୍ଚ୍ଛନାରେ ହୁଏ ବିମୋହିତ

ତା' ନଦୀ ବଣ ପାହାଡ଼ର ଆତ୍ମୀୟତା

ଶାଗୁଆ ଧାନକ୍ଷେତର ଶ୍ୟାମଳିମାରେ

ବିଦଗ୍ଧ ପ୍ରାଣ ମୋର ହୁଏ ମଦମତ୍ତ।

ଭାଗ୍ୟ ବଶେ ମୁହିଁ ଭ୍ରମୁଛି ବିଦେଶେ

ମନ ମୋର ଯାଇ ସୁଦୂର ଅତୀତେ

ଜନ୍ମ ମୋର ସେହି ସ୍ଥାନେ ଝାଟିମାଟି ଘରେ

ବୁଲି ଖେଳି ବଢ଼ିଛି ମୁଁ ଗାଁ ପାଣି ପବନରେ

ସେଇ ମୋର ଜନ୍ମଭୂମି ସ୍ବର୍ଗଠୁ ସୁନ୍ଦର

ଯା'ର ଛବି ଭାସେ ମନେ ନିତ୍ୟ ନିରନ୍ତର

ଇଛା ମୋର ଅଛି ମରନ୍ତିକି ସେହିଠାରେ

ହୋଇଛି ଭୂମିଷ୍ଠ ଯେଉଁଠି ଧରାରେ

ଯା' ପାଣି ପବନେ ଶାକ ତଣ୍ଡୁଳରେ

ହୋଇଛି ମଣିଷ ଆଜି ଯାଆନ୍ତିକି

ଶେଷନିଦ୍ରା ତାହାରି ନରମ କୋଳରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action