STORYMIRROR

Ajit Kumar Raut

Action

3  

Ajit Kumar Raut

Action

ଶିଶୁ ସଂସାର

ଶିଶୁ ସଂସାର

1 min
215


ଦେଶର ଭବିଷ୍ୟ ତବ ଶିଶୁ ଭାଇ


ଆଦରେ ତାକୁ ପାଳିବୁ


ତାହାରି ଇଚ୍ଛାରେ ସହଭାଗି ହୋଇ


ଇଚ୍ଛା ପୁରା କରୁ ଥିବୁ।୧।


ଶିଶୁ କାଳ ବାବୁ ଈଶ୍ବରଙ୍କ ରୂପ


ମନେ ସଦା ରଖି ଥିବୁ,


ଯେଉଁ ଇଚ୍ଛା ନେଇ ଉତ୍ସାହିତ ସେହୁ


ଇଚ୍ଛା ପୂର୍ଣ୍ଣ କରୁ ଥିବୁ।୨।


ସେହି ଇଚ୍ଛା ବଳେ ଜୀବନ ଉଦ୍ଦେଶ୍ୟ


ପରିପୂର୍ଣ୍ଣ ହେବ ତାର,


ସବୁ କାର୍ଯ୍ୟ ତାର ରାଷ୍ଟ୍ର ହିତେ ହେବ


ନ ଥିବ ଭେଦ ବିଚାର।୩।


କର୍ମୀକ ହୋଇଣ ସତ୍ୟ କର୍ମ ପଥେ


ଜୀବନ ଦେବ ଯୋଗେଇ


ଜ୍ଞାନ ବିଜ୍ଞାନର ଅପୂର୍ବ କାର୍ଯ୍ୟକୁ


ଦେଶ ହିତେ ଦେବ ଭାଇ।୪।


ଶିଶୁଙ୍କ ସଂସାର ଅପୂର୍ବ ସଂସାର


ଭେଦଭାବ ନାହିଁ କିଛି,


ପିତ୍ରୁମାତ୍ରୂ ବଳେ ଭେଦଭାବ ଶିକ୍ଷେ


ନ ଆସୁ ଜୀବନେ କିଛି।୫।


ବଡ଼ ହୋଇ ଶିଶୁ ଉନ୍ନତି କରିବ,


ଉଚ୍ଚ ନାଗରିକ ହୋଇ,


ପିତ୍ରୁମାତ୍ରୂ ନାମ ଜଗତ କରିବ


ସେବାଭ ମନେ ଥୋଇ।୬।


ଜୀବନରେ ପଥ ଅତିହିଁ କଠିନ


ନିତ୍ୟେ ଶିକ୍ଷା ଦେଉ ଥିବୁ,


ଧର୍ମପଥ ପାଇଁ ସତ୍ୟର ପଥକୁ


ଶିଶୁ ମନେ ଭରୁ ଥିବୁ।୭।


ଦେଶର ଭବିଷ୍ୟ ତବ ଶିଶୁ ଭାଇ


ଆଦରେ ତାକୁ ପାଳିବୁ,


ତାହାରି ଇଚ୍ଛାରେ ସହଭାଗି ହୋଇ


ଇଚ୍ଛା ପୁରା କରୁ ଥିବୁ।୮।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action