STORYMIRROR

Akshayakumar Dash

Romance Action Inspirational

3  

Akshayakumar Dash

Romance Action Inspirational

ବାସନ୍ତୀ ଖରା

ବାସନ୍ତୀ ଖରା

1 min
205

ଆକାଶ ତଳେ ଲୀଳା ଲାଗିଛି

ସୂର୍ଯ୍ୟଙ୍କ ପ୍ରଖର ତେଜ

ପୋଡ଼ିଦେଉଛି ପାଦପ କି ଜୀବ

ବିଶ୍ରାମ ନେଉଛନ୍ତି ମଣିଷ

ଘର ଭିତରେ ପଙ୍ଖା ଆଉ ଶୀତ ତାପ ଜନ୍ତ୍ର

ଘରେ ରହି ଖୋଜୁଛନ୍ତି 

ନିଜକୁ ଖରା ରୁ ରକ୍ଷା କରି

ମନକୁ ତାତିରୁ ମୁକୁଳେଇବା

ବାହାରେ କରୋଣା ର ଛକା ପଂଝା

ଯେତେ ଗରମ ସେତେ ଶୋଷ

ମାନବ ଏବେ କେତେ କେତେ ଶୋଷିଲା

କିଏ ବସି ଗଛ ତଳେ ଆମ୍ବ ପାକଲା ଖାଉଛି

କିଏ କିଣୁଛି ବଜାର ସଉଦା

ନିର୍ଧୁମ ଖରାରେ କିଏ ପଥର ଭାଙ୍ଗୁଛି ?

ଖରା ଲେଉଟି ଚାଲିଗଲା ତା'ବାଟରେ

ନରମ ଗରମ ଭିତରେ କୃଷ୍ଟଚୁଡା ର ଚାହାଣୀ

ମଲ୍ଲୀ ମାଳତୀ କାଠଚମ୍ପକ ମହକ

ସନ୍ଧ୍ୟାରୁ ରାତ୍ରୀ ଉଜାଗର

ଚଇତି ଘୋଡାର ଗୀତ ଗାଇଲେ ନାଚିଲେ

ହେଙ୍ଗୁଳା ମା କଂ ଝାମୁ ମେଳା

ଆଗକୁ ଆସିବ ଚନ୍ଦନ

ଚାପ ଖେଳିବେ ମଧୁସୂଦନ

ଛୁଆ ଅଗରୁ ଚନ୍ଦନ ର ଟିକାରେ ମହକିବ ପ୍ରାଣ

ନାଲି ଗାମୁଛାରେ ଝାଳ ପୋଛି

ପଣସ ଫୁଟ କୁ ତାଳ ସଜ ର ଆସର

ଜାମୁକୋଳି ପାଚିଲା ବଥ ପରି

ଛିଟିକି ପଡିବ ବାାଟ ଘାଟ

ସବୁଯେମିତି ଖରାକୁ ଡରୁଥିଲେ

ଏବେ ଡରୁଛନ୍ତି କରନା କୁ

ମଣିଷ ଗୁଡା ଡ଼ରୁଆ ନହେଲେ

ଜିତିଯିବେ କୃଷ୍ଣ କୁଂ

ଗୋପୀ ଲୀଳା କି ବସ୍ତ୍ର ଚୋରୀ କରିବାକୁ ପଛେଇବେ ନାହିଁ

ତାଙ୍କ ପରିବାର ଛାଡି ଅନ୍ୟ ଘରେ ମାମଲତ

ମାଷ୍ଟ୍ରେ କଂ ଚାଷ ଭାଷଣ ରେ

କେବେ ଘାସ ଟିଏ ଉପାଡି ନାହାନ୍ତି

ନିଜ ବଗିଚାର ବେଳ ନଖାଇ 

ତୋଳି ଧରନ୍ତି ଜେନା ଘର ବାଡିରୁ

ଫୁଟି କାକୁଡି ତରଭୁଜ ଛେନା ଦହି କୁ

ପକଲା ଆମ୍ବର ପଛରେ ପଡନ୍ତି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Romance