ପ୍ରେମ ରଙ୍ଗ
ପ୍ରେମ ରଙ୍ଗ
ମୁଁ ତୁମକୁ ଭଲପାଏ ଏତେ
ପଳାଶ ରେ ଅଛି ରଙ୍ଗ ଯେତେ
ତୁମେ ମତେ ଭଲ ପାଅ କେତେ
ସମୁଦ୍ରରେ ଅଛି ନୀଳ ଯେତେ
କହୁଥିଲା କିଶୋରୀଟି କିଶୋରକୁ ସତେ
ସ୍ତ୍ରୀ ଯେବେ କହେ ଭଲପାଏ ତୁମକୁ ମୁଁ
ସ୍ୱାମୀ କହେ ଭଲ ଲାଗେନା ନଥିଲେପାଶେ ତୁ
ଜହ୍ନ ରୁ ଚୋରାଇ ଅଳସୀ ଜୋଛନା
ଗଭା ରେ ନାଇଛି ଫଗୁଣ ଦେଖନା
ଆକାଶେ ଲେଖିଛି ସରାଗେ ତୋ ନାଁ
ହୃଦୟେ ସାଇତିଛି ହଜିଲା ଠିକଣା ତୋ ଗାଁ
ତୋ ସାଥିରେ ଚାଲୁ ଚାଲୁ ବାଟ ସରେନା ଜମା
ତୁ ମୋର ସାତସୁରେ ସାତଜନ୍ମ ସାରେଗାମା
ଆମେଦୁହେଁ ପ୍ରେମରଙ୍ଗ ବୋଳି ହସିହସାଇବା ଜମାନା l