STORYMIRROR

Sunanda Mohanty

Abstract Romance Action

3  

Sunanda Mohanty

Abstract Romance Action

ପ୍ରେମ ରଙ୍ଗ

ପ୍ରେମ ରଙ୍ଗ

1 min
235

ମୁଁ ତୁମକୁ ଭଲପାଏ ଏତେ 

ପଳାଶ ରେ ଅଛି ରଙ୍ଗ ଯେତେ 

ତୁମେ ମତେ ଭଲ ପାଅ କେତେ 

ସମୁଦ୍ରରେ ଅଛି ନୀଳ ଯେତେ 

କହୁଥିଲା କିଶୋରୀଟି କିଶୋରକୁ ସତେ 

ସ୍ତ୍ରୀ ଯେବେ କହେ ଭଲପାଏ ତୁମକୁ ମୁଁ 

ସ୍ୱାମୀ କହେ ଭଲ ଲାଗେନା ନଥିଲେପାଶେ ତୁ 

ଜହ୍ନ ରୁ ଚୋରାଇ ଅଳସୀ ଜୋଛନା 

ଗଭା ରେ ନାଇଛି ଫଗୁଣ ଦେଖନା 

ଆକାଶେ ଲେଖିଛି ସରାଗେ ତୋ ନାଁ 

ହୃଦୟେ ସାଇତିଛି ହଜିଲା ଠିକଣା ତୋ ଗାଁ 

ତୋ ସାଥିରେ ଚାଲୁ ଚାଲୁ ବାଟ ସରେନା ଜମା 

ତୁ ମୋର ସାତସୁରେ ସାତଜନ୍ମ ସାରେଗାମା 

ଆମେଦୁହେଁ ପ୍ରେମରଙ୍ଗ ବୋଳି ହସିହସାଇବା ଜମାନା l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract