STORYMIRROR

Pranati Mahapatra

Action Inspirational

3  

Pranati Mahapatra

Action Inspirational

ମୋ ଭାଷା ମୋ ଦେଶ ଭାରି ବଢିଆ

ମୋ ଭାଷା ମୋ ଦେଶ ଭାରି ବଢିଆ

1 min
219


ଓଡ଼ିଶାର ଓଡ଼ିଆ ମୁଁ 

 ଭାଷା ମୋ ପାଇଁ ମହାନ

ମଧୁର ବିନୟ ବଚନ କହି 

  ତୋଷିବା ଜନମନ।


ଭାଷା ତ ବଢିଆ ଗରବେ କହିବା

ଆମ ମାତୃଭୂମି ବଢିଆ,

ମିଠା କଥା କହି ନେବା ମନମୋହି

କାହିଁକି ନା ଆମେ ଓଡ଼ିଆ।

ଆମ ସଂସ୍କୃତି ଆମ ପରମ୍ପରା

ବିଶ୍ଵରେ ଅଟେ ନିଆରା,

ଉତ୍କଳୀୟ ନବ ବରଷ ଆମର

ଆଜିର ଦିନଟି ପରା।

ପଣା ସଂକ୍ରାନ୍ତି ହୁନୁମାନ ଜୟନ୍ତୀ

ଓଡ଼ିଶାର ପ୍ରିୟ ଦିନ,

ବୃକ୍ଷ ମୂଳେ ଠେକି ଥୋଇ ପାଣି ଢାଳି

ପୂଜନ୍ତି ଓଡିଶା ଜନ।

ଏ ପବିତ୍ର ଦିନେ ଜଗତର ନାଥ

ସଭିଙ୍କୁ କରୁଣା କର,

ଦୁଃଖ ରୋଗ କଷ୍ଟ ହଟୁ ଏ ଜଗତୁ

ବହୁ ଆନନ୍ଦର ଝର।

ଷଢରିପୁ ପ୍ରଭୁ ହରଣ କରନ୍ତୁ

ସଦା ବିରାଜୁ ଥାଉ ସୁଖ ,

ନବ ପଞ୍ଜିକାରେ ସବୁରି ଭାଗ୍ୟରେ

ହସ ଖୁସି ଭରି ରଖ।

ମହାପ୍ରଭୁ ମୋର ଏତିକି ଗୁହାରି

ତୁମ ଜଗତକୁ ତୁମେ ରଖ,

ମହାବିଷୁବ ସଂକ୍ରାନ୍ତି ନବବର୍ଷରେ

ସଭିଙ୍କୁ ଦେଖାଅ ସତ୍ୟ ପଥ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action