STORYMIRROR

Akshayakumar Dash

Action Inspirational Others

3  

Akshayakumar Dash

Action Inspirational Others

ପକ୍ଷୀ

ପକ୍ଷୀ

1 min
171


ହାଡ଼ଭଙ୍ଗା ଶୀତରେ

ବସିଥିଲା ମିତରେ

ଛଡ଼େଇଟି ଜାକିଜୁକି

ଗଛଳତା ଭିତରେ ।

ଭୟଥିଲା ମନରେ

ପରାଣଟି ସତରେ

କାଳେ ଛାଡି ଉଡିଯିବ

ଜାଡ ପାଇଁ ବନରେ ।

ଦୁଃଖ ପୁଣି ହଜାରେ

ଦିନ ହେଲେ ମଜାରେ

ଘୁରି ବୁଲୁଥିବି ଏହି

ରାଇଜ ମୁଁ ରଜାରେ ।

ଢମଣାଟେ ଆଗରେ

ଚଢ଼େ ଗଛ ବାଗରେ

ଦେଖିନେଲା ଆଗରେ

ଡାକେ ଭାଇ ଜାଗରେ ।

ମାତିଅଛି ଢମଣା

ଘୁରି ବୁଲେ ଅଗଣା

ଶୋଇବାକୁ ଦେଉନାହିଁ

ଲୁଚି ଛପି ଅଜଣା ।

ପକ୍ଷୀଙ୍କର କାତର

ନେଉଳଟେ ଗାତର

ଧାଇଁ ଯାଇଁ ଧରିନେଲା

କାମ ତାର ହାତର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Action