ପକ୍ଷୀ
ପକ୍ଷୀ
ହାଡ଼ଭଙ୍ଗା ଶୀତରେ
ବସିଥିଲା ମିତରେ
ଛଡ଼େଇଟି ଜାକିଜୁକି
ଗଛଳତା ଭିତରେ ।
ଭୟଥିଲା ମନରେ
ପରାଣଟି ସତରେ
କାଳେ ଛାଡି ଉଡିଯିବ
ଜାଡ ପାଇଁ ବନରେ ।
ଦୁଃଖ ପୁଣି ହଜାରେ
ଦିନ ହେଲେ ମଜାରେ
ଘୁରି ବୁଲୁଥିବି ଏହି
ରାଇଜ ମୁଁ ରଜାରେ ।
ଢମଣାଟେ ଆଗରେ
ଚଢ଼େ ଗଛ ବାଗରେ
ଦେଖିନେଲା ଆଗରେ
ଡାକେ ଭାଇ ଜାଗରେ ।
ମାତିଅଛି ଢମଣା
ଘୁରି ବୁଲେ ଅଗଣା
ଶୋଇବାକୁ ଦେଉନାହିଁ
ଲୁଚି ଛପି ଅଜଣା ।
ପକ୍ଷୀଙ୍କର କାତର
ନେଉଳଟେ ଗାତର
ଧାଇଁ ଯାଇଁ ଧରିନେଲା
କାମ ତାର ହାତର ।
