STORYMIRROR

Lovabati Das

Inspirational

3  

Lovabati Das

Inspirational

ସଂଘର୍ଷର ସ୍ଵର

ସଂଘର୍ଷର ସ୍ଵର

1 min
236

 ହଁ ହଁ ମୁଁ ସେଇ ଧର୍ଷିତା ନାରୀ

 ଅପବାଦର ବୋଝ ବୋହି 

କଳଙ୍କର ଅଳଙ୍କାର ପିନ୍ଧି 

ସ୍ୱପ୍ନହୀନ ହୃଦୟକୁ ଧରି

 ଚାଲୁଥିଲି ଅନ୍ଧାରି ଦିନର

 ଛାଇ ଆଲୁଅରେ 

ପଥ ଭ୍ରଷ୍ଟ ପଥିକ ସାଜି। 

ନା ଆଜି ଭୟ ଅଛି ଅନ୍ଧକାରକୁ

 ନା ମଣିଷ ରୂପି ପିଶାଚକୁ

 ଶକ୍ତି ସାମର୍ଥ୍ୟକୁ ଦ୍ୱିଗୁଣିତ କରି 

ଅସହାୟତାକୁ ପଛକୁ ଫିଙ୍ଗି

 ଅସୁମାରୀ ସ୍ୱପ୍ନ ଭରା ହୃଦୟଟେ ଗଢି 

ପୁଷ୍ପ ବିଞ୍ଚା ପଥଟେ ତୋଳିଛି । 

ପୁରା କରିବି ମୁଁ 

ଦେଖିଥିବା ମୋର ସେଇ ଅଧାଗଢା 

ନିଆରା ଦୁନିଆକୁ।

 ଆଙ୍କିବି ମୁଁ ପ୍ରତିଛବି ଭବିଷ୍ୟତର 

 ଲେଉଟାଇ ଇତିହାସର ପୃଷ୍ଠାକୁ।

 ଦୁନିଆକୁ ଦେଖେଇ ବି ମୁଁ

 ଆତ୍ମହତ୍ୟା ନୁହେଁ ଶେଷ ଅସ୍ତ୍ର 

ବରଂ ଧ୍ୱଂସ କର ଅନ୍ୟାୟକୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational