STORYMIRROR

Samar Ballav Bhoi

Abstract Action Inspirational

3  

Samar Ballav Bhoi

Abstract Action Inspirational

କେହି ରହିନାହିଁ

କେହି ରହିନାହିଁ

1 min
271


ମୁଁ ବଡ଼ ବୋଲି କହିବା ଆଗରୁ

ଭାବନ୍ତିନି ପଦେ କେହି ଜଣେ

ଯଶ କରମେ ମଣିଷଟି ବନ୍ଧା

ସବୁ ଈଶ୍ୱର ଜାଣନ୍ତି ତତ୍ କ୍ଷଣେ।


କର୍ମ କରିବାରେ ଅବହେଳା କରି

ଜଗତେ ବାଢ଼ନ୍ତି କେତେ ଯୁକ୍ତି

ଅହଂକାର ଘରେ ଘରଟିଏ କରି

କୁହନ୍ତି ଅଛି ମୋର ବଡ଼ ବଡ଼ ଶକ୍ତି।


ଧନରେ ହେଉ ବା ମନରେ ମଣିଷ

ହୋଇଥାଏ ନିଜେ ନିଜର ଗରବ

କର୍ମଯୋଗ ଏଠି ପରମ କର୍ତ୍ତବ୍ୟ

ଅହଂଭାବେ ସବୁ ହୁଅଇ ଖରବ।


ମୁଁ ବୋଲି ଶବ୍ଦ ଈଶ୍ବର ବିରୋଧ

ତଥାପି କୁହନ୍ତି ମୁଁ କରିଅଛି ସବୁ

କାଳର ଛଞ୍ଚାଣ ଜଗି ବସି ଥାଏ

ସଭିଙ୍କୁ କରିବାକୁ ଜୀବନେ କାବୁ।


ଗର୍ବ ଅହଙ୍କାର ସବୁ ହେବ ଖର୍ବ 

କାଳର କରାଳ ଶବ୍ଦେ ଛନ୍ଦି

ଧର୍ମ କର୍ମ ସବୁ ବଡ଼ ହୋଇଥାଏ

ମୁଁ ଶବ୍ଦେ ହୁଅ ନାହିଁ କେବେ ବନ୍ଦି।


କେହି ରହିନାହିଁ ରହିବେ ନାହିଁ ଟି

ଏ ଭବ ରଙ୍ଗଭୂମି ତଳେ

ସର୍ବେ ନିଜ ନିଜ ଅଭିନୟ ସାରି 

ବାହୁଡିବେ କାଳବଳେ।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract