STORYMIRROR

Ajit Kumar Raut

Action

3  

Ajit Kumar Raut

Action

ଦୈନିକ କର୍ତ୍ତବ୍ୟ

ଦୈନିକ କର୍ତ୍ତବ୍ୟ

1 min
244


ମନୁଷ୍ୟ କର୍ତ୍ତବ୍ୟ ଦୈନିକ ଜୀବନେ


କର୍ତ୍ତବ୍ୟର ଭୂମି ତଳେ,


ସର୍ଵେ ନିଜ ନିଜ କର୍ତ୍ତବ୍ୟ ପଥେରେ


ଚାଲୁ ଛନ୍ତି ମହି ତଳେ।୧।


ଦୁର୍ଲ୍ଲଭ ଜୀବନ ମନୁଷ୍ୟ ଜୀବନ


ସର୍ବୋପରି ଅଟେ ଭବେ,


ଜ୍ଞାନ ଅଜ୍ଞାନର ଅପୂର୍ବ ରୂପର


ଆବିର୍ଭାବ ହୁଏ ଭବେ।୨।


ପ୍ରେମ ଭକ୍ତି ବଳେ ଜ୍ଞାନର ସାଗର


ଗୁଞ୍ଜୁ ଥାଏ ଧରା ଧାମେ


ଅଜ୍ଞାନର ରୂପ ଅତିହିଁ ଅନ୍ଧାର


ଦିଶୁ ଥାଏ ମତ୍ତ୍ୟ ଧାମେ।୩।


ଜ୍ଞାନ କର୍ମ ଧର୍ମ ସତ୍ୟ ମାର୍ଗ ପଥ


ଜୀବନେ ଅମୂଲ୍ୟ ରତ୍ନ,


ପ୍ରଭୁ ଭକ୍ତି ଶ୍ରଦ୍ଧା ନିସ୍ବାର୍ଥର କର୍ମ


କର୍ତ୍ତବ୍ୟହିଁ ନିତିଦିନ।୪।


ସକାଳୁ ଉଠିଣ ନିତ୍ୟ କର୍ମ ସାରି


ପ୍ରଭୁ ଆରାଧନା ଧର୍ମ,


ନିସ୍ବାର୍ଥ ଭାବରେ କର୍ମୀକ ହୋଇଣ


ଜନ ସେବା ଅଟେ ଧର୍ମ।୫।


ଏଭବ ସାଗର ତରିବାର ଦ୍ବାର


କର୍ମ ଜ୍ଞାନ ସତ୍ୟ ବଳେ,


ପ୍ରେମ ଭକ୍ତି ବଳେ ପ୍ରଭୁଙ୍କ ଚରଣ


ମିଳିଥାଏ କର୍ମ ବଳେ।୬।


ସେହି କର୍ମବଳେ ନିସ୍ବାର୍ଥର ଶକ୍ତି


ପଥଗାମୀ ହୁଏ ଭବେ,


ପ୍ରଭୁଙ୍କ ଚରଣ ଦେଶର ଗୌରବ


ମିଳୁଥାଏ ଏହି ଭବେ।୭।


ମନୁଷ୍ୟ କର୍ତ୍ତବ୍ୟ ଦୈନିକ ଜୀବନେ


କର୍ତ୍ତବ୍ୟର ଭୂମି ତଳେ,


ସର୍ବେ ନିଜ ନିଜ କର୍ତ୍ତବ୍ୟ ପଥରେ


ଚାଲୁ ଛନ୍ତି ମହି ତଳେ।୮।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action