STORYMIRROR

Ajit Kumar Raut

Tragedy Action

3  

Ajit Kumar Raut

Tragedy Action

ଧର୍ଯ୍ୟ ଦିଅ ପ୍ରଭୁ

ଧର୍ଯ୍ୟ ଦିଅ ପ୍ରଭୁ

1 min
159


ଜ୍ଞାନ ଦିଅ ପ୍ରଭୁ ଧର୍ଯ୍ୟ ଧରିବାକୁ


     ଶକ୍ତି ଦିଅ ନାଥ ଦୁଃଖ ସହିବାକୁ।


ସତ୍ୟପଥ ହେଉ ଜୀବନ ଯାତ୍ରାର


     କର୍ମପଥ ହେଉ ଜନ ସେବିବାର।


ସ୍ବାର୍ଥ ରହୁ ନାହିଁ ଜୀବନ ପଥରେ


     ଭୟ ହେଉ ନାହିଁ ଜୀବନ ଯାତ୍ରାରେ।


ଭ୍ରଷ୍ଟାଚାର ନହୁ ବିପଦ କାଳରେ


      ଠକିଖିଆ ନହୁ ଦୁଃଖିତ କାଳରେ।


କଳାବଜାରୀର ହେଉ ସମାପନ


       ଭ୍ରଷ୍ଟାଚାର ନହୁ ଏପରି ହିଁ ଦିନ।


ଜୀବନ ରକ୍ଷ୍ୟକ ଔଷଧୀ ହିଁ ମିଳୁ


       କଳାବଜାରୀ ର କାର୍ଯ୍ୟହିଁ ନ ମିଳୁ।


ଦମନ କରିବା ନେତାଙ୍କ ଦାୟିତ୍ୱ


       ସଦାହିଁ ତତ୍ପର ରହିବା ଉଚିତ।


ଏକତ୍ରିତ ହୋଇ କାର୍ଯ୍ୟହିଁ କରିବା


       କରୋନା ଯନ୍ତ୍ରଣା ଦୂର ହିଁ କରିବା।


କର୍ମ କରିବାର ଦାୟିତ୍ବ ଆମର


       ପ୍ରଭୁ କରିଦେବେ ସମାଧାନ ତାର।


ସବୁ ଦିନ ପାଇଁ ନାହିଁ ଏ ବିପଦ


       ପ୍ରଭୁହିଁ କରିବେ ଦୂର ଏ ବିପଦ।


ବୀରତ୍ବରେ ଭରା ଯାର ଇତିହାସ

        

       ପ୍ରେମ ଭକ୍ତି ଶ୍ରଦ୍ଧା ଯାହାର ସନ୍ଦେଶେ।


ସଙ୍କଟେ ଡ଼ରିବା ନାହିହିଁ ଜାତକେ


       କାହିଁକି ଡ଼ରିବା କରୋନା ଘାତକେ।


ଜଗତର ନାଥ ପ୍ରଭୁ କୄପାସିନ୍ଧୁ


        ଅଭୟ ଦେବେହିଁ ପ୍ରଭୁ ଦୀନବନ୍ଧୁ।


ଜ୍ଞାନ ଦିଅ ପ୍ରଭୁ ଧର୍ଯ୍ୟ ଧରିବାକୁ


         ଶକ୍ତି ଦିଅ ନାଥ ଦୁଃଖ ସହିବାକୁ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy