STORYMIRROR

Ajit Kumar Raut

Abstract Action

3  

Ajit Kumar Raut

Abstract Action

ଜୀବନ ଯାତ୍ରାରେ

ଜୀବନ ଯାତ୍ରାରେ

1 min
270


ପଥଟିକୁ ମୋର ସତ୍ୟପଥେ ନିଅ


ଧର୍ମପଥେ ମନ ରହୁ


ପ୍ରଭୁଙ୍କ ଚରଣେ ନିତ୍ୟେ ଭକ୍ତି ରହୁ


କର୍ମପଥେ ମନ ରହୁ ।୧।


ଜନକଲ୍ୟାଣ ରେ ବିତୁ ଏ ଜୀବନ


ନିସ୍ବାର୍ଥର ଭାବ ରହୁ,


ଦେଶ ସେବା ହେଉ ଜୀବନେ ଉଦ୍ଦେଶ୍ୟ


ଜୀବନେ କର୍ତ୍ତବ୍ୟ ରହୁ।୨।


ପ୍ରେମ ଭକ୍ତି ସେବା ପ୍ରଭୁ ଶ୍ରୀଚୈତନ୍ୟେ


ଅଳଙ୍କାର ମୋର ହେଉ,


ଉଜ୍ଜଳ ଭବିଷ୍ୟ ଚରିତାର୍ଥ ପାଇଁ


ମାତୄଭାଷା ମୋର ହେଉ।୩।


ଗୁରୁ ମନ୍ତ୍ର ମୋର ହରେ କୄଷ୍ନ ରାମ


ଗୁଞ୍ଜୁ ଥାଉ ପ୍ରାଣ ମଧ୍ୟେ୍,


ଜଗନ୍ନାଥ ଭକ୍ତି ସର୍ବଦା ରହୁଟି


ଆତ୍ମା ପ୍ରମାତ୍ମା ର ମଧ୍ୟେ୍।୪।


ସମଭାବ ମନ୍ତ୍ର ଆବିର୍ଭାବ ହେଉ


ଜଗତ କଲ୍ୟାଣ ହେଉ,


ପିତ୍ରୁମାତ୍ରୁ ସେବା କର୍ତ୍ତ୍ୟଟି ରହୁ


ଦେଶ ମୋ ସମ୍ପନ୍ନ ହେଉ।୫।


ପଥଟିକୁ ମୋର ସତ୍ୟପଥେ ନିଅ


ଧର୍ମପଥେ ମନ ରହୁ,


ପ୍ରଭୁଙ୍କ ଚରଣେ ନିତ୍ୟେ ଭକ୍ତି ରହୁ


କର୍ମପଥେ ମନ ରହୁ।୬।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract