STORYMIRROR

Bharatabandhu Biswal

Action Inspirational Others

3  

Bharatabandhu Biswal

Action Inspirational Others

ସଜାଡ଼ି ଦେଲି ମୋ ଅସଜଡା ଗାଡ଼ି

ସଜାଡ଼ି ଦେଲି ମୋ ଅସଜଡା ଗାଡ଼ି

1 min
201


ପଦବାବୁ କାର୍ ମୋ ଗୋଡ଼ ଦୁଇଟା

    ସାଇକେଲ ଶୂନ ଗାଡ଼ି

ଭାରି ଦରକାରୀ  ସବୁ ସମୟରେ

   ରଖିଛି ଯତ୍ନେ ସଜାଡ଼ି ।

ବଢି ଯାଉଅଛି  ତେଲ ଦରଦାମ୍

    ଗାଡ଼ି ଭଡ଼ା ଯାଏ ବଢି

ବସିଲେ ଗାଡ଼ିରେ  ଅଣ୍ଟିରୁ ପଇସା

    ମୁଣି ଯାଉଅଛି ଝଡ଼ି ।

ଖୋଜୁଛନ୍ତି ସର୍ବେ  କେବଳ ଆରାମ

   ଚାଲିବାକୁ ଲାଗେ କଷ୍ଟ

ସାଇକେଲ ଚଢି  ପେଡାଲ ମାରିକି

   ଯିବାପାଇଁ ମାଡେ ଲାଜ ।

କାଆର୍ ବାଇକି  ବଅସ ମୋଟର

    ଚଢିକି ଓଲା ଓବେର

ବିଜେ କରୁଛନ୍ତି  ବାବୁ ବାବୁଆଣୀ

   ଅଳ୍ପ ବାଟ ହେଉ ଦୂର ।

ଗୋଟିଏ ତ ମେଣ୍ଢା  ଡେଇଁଲେ ପାଣିକୁ

    ଡିଅଁନ୍ତି ସମସ୍ତ ମେଣ୍ଢା

କିଏସେ ଖାଇଲା  ଛେନା ଆଉ ଗୁଡ଼

   ମୁଁ ଚୋବାଇବି ଘସିକୁଣ୍ଡା ।

ଭଲ ନୁହଁ ମୋଟେ ଦେଖାଇ ହେବାଟା

     ଛାଡ଼ିବା ଆୟତ୍ତ ନିଜ

ହୁଏ ସ୍ୱ।ସ୍ଥ୍ୟ ହାନୀ  ଧନମାନ ବ୍ୟୟ

     ଅଧିକା ଧାର କରଜ ।

ବାପ ପଇସାରେ  ଫୁଲେଇକି ନିଶ

    ବାଇକି ଚଢିବା ନିଶା

ନୁହେଁ ଶୋଭନୀୟ  ଅମିତବ୍ୟୟିତା

    ମତି ଯାନରେ ବ୍ୟଗ୍ରତା ।

ନିଜ ଦୁଇ ପାଦ  ମଜବୁତେ ଥାପି

    ଠିଆ ହୋଇ ଶିଖ ଚାଲି

ଆପଣାର ସ୍ୱ।ସ୍ଥ୍ୟ  ସଜାଡ଼ି କି ରଖ

     ଅସଜଡା ଶୂନଗାଡି ।

  



Rate this content
Log in

Similar oriya poem from Action