STORYMIRROR

Ajit Kumar Raut

Action

3  

Ajit Kumar Raut

Action

ଜୀବନେ ଅଟେ ଅଳଙ୍କାର

ଜୀବନେ ଅଟେ ଅଳଙ୍କାର

1 min
198


ମାତୄଭୂମି ସେବା ଭାଷାର ଗୌରବ


ଜୀବନର ଅଳଙ୍କାର,


ଦୁହିଁଙ୍କ ସେବାରେ ଅର୍ପଣ ଜୀବନ


ହେଉ ନିତ୍ୟେ ନିରନ୍ତର।୧।


ପ୍ରଖର ହୋଇଣ ମାତୄଭାଷା ଉଠୁ


ଜନେ ଜନେ ନିରନ୍ତର,


ଜୀବନେ ଗୌରବ ମାତୄଭୂମି ହେଉ


ଜୀବନେ ଦର୍ପଣ ମୋର।୨।


ଧର୍ମ ଯୁଦ୍ଧ ଏହି କର୍ମ ଯୁଦ୍ଧ ଏହି


ଜୀବନେ କର୍ତ୍ତବ୍ୟ ମୋର,


ମାତୄଭୂମି ସେବା ଜୀବନର ମନ୍ତ୍ର


ମାତୄଭାଷା ଅଳଙ୍କାର।୩।


ଦୁଇ ଅଳଙ୍କାରେ ଅଳଙ୍କୃତ ହୋଇ


ଗୌରବ ଦେଶେ ଆଣିବା,


ମାତୄଭୂମି ମାଟି ମଥାରେ ଲଗେଇ


ଭାଷାକୁ ଆଗ କରିବା।୪।


ମାତୄଭାଷା ମୋର ଅମୂଲ୍ୟ ରତ୍ନଟି


ଉନ୍ନତିର ମାର୍ଗ ଏହି,


ମାତୄଭାଷା ବଳେ ମାତୄଭୂମି ସେବା


ଜୀବନେ ଉଦ୍ଦେଶ୍ୟ ଏହି।୫।


ମାତୄଭୂମି ସେବା ଭାଷାର ଗୌରବ


ଜୀବନର ଅଳଙ୍କାର,


ଦୁହିଁଙ୍କ ସେବାରେ ଅର୍ପଣ ଜୀବନ


ହେଉ ନିତ୍ୟେ ନିରନ୍ତର।୬।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action