STORYMIRROR

Madhabi Patel

Romance

3  

Madhabi Patel

Romance

ପ୍ରେମ

ପ୍ରେମ

1 min
216


କେଜାଣି କେମିତି ପ୍ରେମ ହେଇଗଲା

ଅଜାଣତେ ଏ ମନରେ।

ଯେଉଁଦିନ ସାଥି ହାତଗଣ୍ଠିହେଲା

ହୋମ ନିଆଁ ସମ୍ମୁଖରେ।୧

ଅଳପ ଦେଖାରେ ଅଳପ ଲାଜରେ

ଚାରିିଚକ୍ଷ୍ୟୁ ମିଳନରେ।

ନୂତନ ସଂପର୍କ ମୂଳଦୁଆ ଆମ

ପଡିଥିଲା ସେହିଠାରେ।୨

ତୁମର ହାତର ପ୍ରଥମ ଛୁଆଁକୁ

ଭୂଲିନାହିଁ ଏହିମନ।

ମଦକତାଭରା ନରମ ପରଶ

ଭରୁଥିଲା ଶିହରଣ।୩

ତୁମ ବଧୂହୋଇ ଫେରିବା ରାସ୍ତାରେ

ଅବଶ ଦେହକୁ ମୋର।

ନିଦ ବାଉଳାରେ ଢଳିଲା ବେଳରେ

ଆଶ୍ରିତ କାନ୍ଧ ତୁମର।୪

ମଧୁ ଯାମିନୀରେ ପରଷ୍ପର ମଧ୍ୟ୍ୟେ

 ସଂକଳ୍ପ ଥିଲା ଆମର।

ସଂସାର ଭିତରେପ୍ରବେଶିବା ଆଗୁ

କରିକିଛି ଅଙ୍ଗିକାର।୫

ଅଳପ ବୟସ ଅଳପ ବୁଦ୍ଧିରେ

ତୁମ ସାହଚର୍ଯ୍ୟ ପାଇ।

ସୁଗୃହିଣୀହେବା ଭେଦ ଶିଖାଇଲ

ଧୈର୍ଯ୍ୟ ସହିଷ୍ଣୁତା କହି।୬

ପରକୁ ଆପଣା କରିବାର କଳା

ବଳିଦାନ ତ୍ୟାଗଛଳେ।

ବାଲୁକା ପ୍ରାନ୍ତରେ ସ୍ରୋତସ୍ବିନୀ ପରି

ଭେଦିଗଲି ଅଳ୍ପ କାଳେ।୭

 ବଧୂରୁ ଜନନୀ ହେବାର ସୌଭାଗ୍ୟ

ନିର୍ବାହିଲି ଧୈର୍ଯ୍ୟବଳେ।

ତୁମରି ପ୍ରେମରେ ମାର୍ଜିତ ହେଇଲି

କଳୁଷ ପଙ୍କରତଳେ।୮

ହିନମାନ୍ୟତାର କଳୁଷ ହଟାଇ

ସଂଚାରିଲ ଦିବ୍ୟଗୁଣ।

କର୍ମରେ ବେଭାରେ ଭୂଲ କରିଦେଲେ

ଦେଉଥିଲ କ୍ଷମାଦାନ।୯

ବାଲୁକା ଓ ଜଳ ସଂପର୍କ ଆମର

ଭିତରେ ଭିତରେ ଭିଜେ।

ଉପରକୁ ସିନା ଅପ୍ରକାଶ୍ୟ ତାହା

ଅନ୍ତର ଭିତରେ ଖୋଜେ।୧୦

ଯୁଗ ଯୁଗ ପାଇଁ ଆମରସଂପର୍କ

ଏଇମିତି ରହିଥାଉ।

ଜଣକର ପାଇଁ ଅନ୍ୟର ମନରେ

ପ୍ରେମଧାର ଝରୁଥାଉ।୧୧

ପ୍ରେମ ନୁହେଁ କେବେ ରୂପର ଗୋଲାମ

ଆତ୍ମାରେ ତାର ବସତି।

ହୃଦୟରେ ପ୍ରେମଲତା ମାଡିଗଲେ

ଲିଭେନା ତାହାର ସ୍ମୃତି।୧୨

ପ୍ରେମତ ଅମର ପ୍ରେମତ କିଶୋର

ଚିରଦିନ ସେ ସତେଜ।

ଶରୀରକୁ ସିନା ଜରା ଗ୍ରାସ କରେ

ପ୍ରେମତ ଚିର ସବୁଜ।୧୩

ତୁମର ମୋହର ସଂପର୍କର ଡୋର

 ଭିଡୁଥାଉ ଦିନୁଦିନ।

ଏକତ୍ର ଜୀବନ ଏକତ୍ର ମରଣ

ଏକତ୍ର ଆସୁ ସମନ।

ମାଧବୀ ପଟେଲ। ଝାରସୁଗୁଡା।












ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance