STORYMIRROR

Amita Dash

Romance Inspirational

3  

Amita Dash

Romance Inspirational

ଭୂଲିଯାଇଥିବା ପ୍ରେମ

ଭୂଲିଯାଇଥିବା ପ୍ରେମ

1 min
230


ଆକାଶ ରେ ଜହ୍ନ,ବାଦଲ ଖେଳୁଥିଲେ ଲୁଚକାଳି ଖେଳ।୧

ବରଗଛ ମୂଳେ ଆମେ ଦୁହେଁ ଖେଳୁଥିଲେ ବୋହୂ ଚୋରି ଖେଳ।୨

ଦିନେ ତୁ କହିଲୁ ,ମିଛିମିଛିକା ବାପା,ବୋଉ ହୋଇ ଚାଲ ଖେଳିବା ଭାତ,ଡାଲି ରାନ୍ଧଣା ଖେଳ।୩

ମୁଁ କହିଲି ମାଁ କହିଚି କାଲିଠୁ ଆସିବିନି ବରଗଛ ମୂଳ।୪

ମୁଁ କୁଆଡ଼େ ବଡ଼ ହେଲିଣି ବାହାରକୁ ବାହାରିବା ମୋ ପାଇଁ କାଳ।୫

ସମୟ ଗଡି ଚାଲିଲା ତା ବାଟରେ ,ଏତ ନିୟତି ର‌ ଖେଳ।୬

ତୁ ଚାଲିଗଲୁ ତୋ ବାଟରେ ପାଠ ପଢିବାକୁ ସହର।୭

ଭୁଲି ଯାଇ ଥିଲେ କହିବାକୁ ପରସ୍ପର କୁ , ଭଲ ପାଇବା ଦୁହେଁ ଦୁହିଁଙ୍କ ର ।୮

ମୁଁ ମେଟ୍ରିକ ପରେ ଘରେ ର‌ହିଲି ଶିଖିବାକୁ ସଣ୍ଠଣା ,ଚଳେଇବି କେମିତି ଶାଶୁଘର।୯

ବହୁଦିନ ପରେ ଦୋଳଛୁଟି ରେ ଆସିଥିଲୁ ଗାଁ,ଖେଳିବାକୁ ହୋଲି ଖେଳ।୧୦

ଏଥର ତୋ ସାମ୍ନା ଆସିବାକୁ ମାଡ଼ିଲା ଭାରା ଲାଜ।୧୧

ପହିଲି ଫଗୁଣେ ଲଗାଇ ଦେଲୁ ମୋ ମଥାରେ ରଙ୍ଗ ଅବିର।୧୨

ସହର ଫେରିଲା ବେଳକୁ ପଚାରିଲୁ,ମନେଅଛି ବାପା ବୋଉ ହୋଇ ଖେଳିଥିବା ଡାଲି ,ଭାତ ରନ୍ଧା ଖେଳ।୧୩

ବହୁ ଶୀଘ୍ର ଆସିବି ବରବେଶ ରେ ଡାଲି ,ଭାତ ସବୁଦିନ ରାନ୍ଧି ଦେବାକୁ ନେଇ ଯିବି ବାହା ହୋଇ ତୋତେ ମୋ ଘର ।୧୪



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance