STORYMIRROR

Bijay Prusty

Romance

3  

Bijay Prusty

Romance

ସାଇତା ହସର ଗୀତ

ସାଇତା ହସର ଗୀତ

1 min
235



ଦେଖିଲି ତୁମକୁ ନୀଳନଈ କୂଳେ

ନୀଳ ନୀଳ ନିରିଜନେ

କଥାକୁଆ ତୁମ ଆଖି କିଛି ମୋତେ

କହୁଥିଲେ ମନେ ମନେ ।

ଓଠୁ ଝରୁଥିଲା ପ୍ରୀତିର ମଦିରା

ମୋ ଆଖି ଦେଖିଲା ସ୍ୱପ୍ନ

ଅନ୍ଧାର ରାତିରେ ଅନ୍ଧ ହୋଇଗଲି

ଝୁମିଗଲା ମୋର ମନ ।

ସପନ କୋଳରେ ଘୁମେଇ ପଡିଲି

ତୁମକୁ ଆଖିରେ ରଖି

ସାରାରାତି ତୁମେ ପାଖେପାଖେ ଥିଲ

କେହି ପାରିଲେନି ଦେଖି ।

ତୁମରି ଆଖିର ମଧୁର ଚାହାଣୀ

ଭୁଲି ମୁଁ ପାରିବି ନାହିଁ

ତୁମ ମଧୁଝରା ହସରୁ କେରାଏ

ସାଇତିଛି ନିଜପାଇଁ ।

ଏକା ଚାଲିବାକୁ ବଳ ପାଉନାହିଁ

ଦିଶୁନାହିଁ ଚଲା ବାଟ

ପାରିବ ଯଦି ଗୋ ଆପଣେଇ ନିଅ

ଧରିନିଅ ମୋର ହାତ ।

        


Rate this content
Log in

Similar oriya poem from Romance